ଶ୍ରୀମନ୍ଦିରରେ ପହଞ୍ଚିଲେ ASI ଟିମ୍, ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ

Published By : Prameya-News7 Bureau | November 28, 2023 IST

ପୁରୀ ୨୮।୧୧: ପୁରୀ ଶ୍ରୀମନ୍ଦିରରେ ASI ଟିମ୍ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ASI ଟିମ୍‌ ପହଞ୍ଚିଛି । ASI ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକଙ୍କ ନେତୃତ୍ବରେ ୧୫ ଜଣିଆ ଟିମ୍‌ ରତ୍ନଭଣ୍ଡାରର ଲେଜର ସ୍କାନିଂରେ ନିୟୋଜିତ ହେବେ । ଏହି ଟିମ୍‌ରେ ଫଟୋଗ୍ରାଫି ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ପ୍ରଥମେ ବାହାର ରତ୍ନଭଣ୍ଡାର ସ୍କାନିଂ ହେବ, ପରେ ମୁଖ୍ୟ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିରର ସ୍କାନିଂ କରାଯିବ । ଏ ନେଇ ASI ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି ।

wp:embed {"url":"https://www.prameyanews7.com/laser-scanning-of-sri-mandira-ratna-bhandara/","type":"wp-embed","providerNameSlug":"prameya-news-7"}
https://www.prameyanews7.com/laser-scanning-of-sri-mandira-ratna-bhandara/
/wp:embed

ସୂଚନାଯୋଗ୍ୟ ଯେ, ପଞ୍ଚୁକ ୫ ଦିନ ଶ୍ରୀମନ୍ଦିରରେ ଭିଡ ଅଧିକ ରହୁଥିବାରୁ ଲେଜର୍ ସ୍କାନିଂ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ୍ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ତେଣୁ ଏଏସ୍ଆଇ ଟିମ୍ ଯେକୌଣସି ସମୟରେ ଆସି ଲେଜର ସ୍କାନିଂ କରିପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଥିଲେ । ରତ୍ନଭଣ୍ଡାର ସହ ମୁଖ୍ୟ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରର ମଧ୍ୟ ସ୍କାନିଂ କରାଯିବ ବୋଲି ସେ ସୂଚନା ଦେଇଥିଲେ । ତେବେ ଲେଜର ସ୍କାନିଂ ରିପୋର୍ଟକୁ ବୈଷୟିକ କମିଟି ତର୍ଜମା କରିବା ପରେ, ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/dgp-sunil-kumar-bansal-visits-puri/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dgp-sunil-kumar-bansal-visits-puri/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.