ରତ୍ନ ଭଣ୍ଡାରରେ ରତ୍ନ ଅଛି ତ ? Bigstory Followup
5/06/2018 at 8:39 AM

ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ବି ଥମୁନି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ।ଏବେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ନୁହେଁ ରତ୍ନ ଭଣ୍ଡାର ଭିତରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଏବଂ ତାର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ରତ୍ନ ଭଣ୍ଡାରରେ ସୁରକ୍ଷିତ ଅଛିତ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ? କିଏ ହଜାଇଲା ଚାବି ? କିଏ ଚାବି ପାଇଁ ଉତ୍ତରଦାୟୀ ? ଏମିତି ଅନେକ ପ୍ରଶ୍ନ ବେଳେ ପ୍ରସେ ରିଲିଜ୍ ଆକାରରେ ପକ୍ଷ ସହ ସ୍ପଷ୍ଟି କରଣ ରଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ରହିଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରର ରତ୍ନଭଣ୍ଡାର ଦୁଇ ଭାଗରେ ବିଭକ୍ତ । ବାହାର ରତ୍ନ ଭଣ୍ଡାର ଖୋଲା ନଗଲେ ଭିତର ଭଣ୍ଡାର ଖୋଲାଯାଇପାରିବନାହିଁ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଗତ ଏପ୍ରିଲ ୪ ତାରିଖରେ ବାହାର ଭଣ୍ଡାର ଖୋଲା ଯାଇଥିଲା । ବାହାର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ସହ ବାହାର ରତ୍ନଭଣ୍ଡାରରେ ଥାଇ ଭିତର ଭଣ୍ଡାର ଗୃହର ସ୍ଥିତି ଅନୁଧ୍ୟାନ କରାଯାଇଥିବା ମଧ୍ୟ ମନ୍ଦିର ପ୍ରଶାସନର ପ୍ରେସ୍ ରିଲିଜ୍ ରେ କୁହାଯାଇଛି । କୋଟି କୋଟି ଭକ୍ତଙ୍କ ଭାବା ବେଗ ଏବଂ ଅନ୍ୟାନ୍ୟ କାରଣରୁ ଭିତର ଭଣ୍ଡାର ଖୋଲା ଯାଇ ନଥିଲେ ବି , ଏବେ ଭଣ୍ଡାର ଚାବି ମିଳୁନଥିବା ପରୋକ୍ଷରେ ସ୍ବାକାର କରିଛି ଶ୍ରୀମନ୍ଦିର ପ୍ରଶାସନ । ଜିଲ୍ଲା ଟ୍ରେଜେରୀରେ ଚାବି ନଥିବା ବେଳେ , ମନ୍ଦିର ପ୍ରଶାସନ ପାଖରେ ଥିବା ଏକ ଚାବି ପେନ୍ଥାରେ ଭିତର ଭଣ୍ଡାର ଚାବି ଥିବା ନେଇ ମଧ୍ୟ ପ୍ରଶାସନ ନିଶ୍ଚିତ ହୋଇ ପାରୁନି । ୧୯୮୫ରେ ଶେଷ ଥର ଲାଗି ଭିତର ଭଣ୍ଡାର ଖୋଲା ଯାଇଥିଲା । ସେବେଠୁ ଭଣ୍ଡାରରେ ତିନିଟି ଚାବି ପଡିଥିବା ବେଳେ ଗୋଟିଏ ତାଲାରେ ଜଉମୁଦ ଅକ୍ଷତ ଥିବାରୁ ଭିତର ରତ୍ନ ଭଣ୍ଡାର ଖୋଲାଯାଇନଥିବା ମଧ୍ୟ କହିଛି ଶ୍ରୀମନ୍ଦିର ପ୍ରଶାସନ ।ରତ୍ନ ଭଣ୍ଡାରର ସୁରକ୍ଷା ସଂପର୍କରେ କିଛି ଗଣ ମାଧ୍ୟମ ବିଭ୍ରାନ୍ତକର ତଥ୍ୟ ପରିବେଶଣ କରୁଥିବା ଦର୍ଶାଇ ଏଥିରେ ବିଭ୍ରାନ୍ତ ନହେବାକୁ ଜନସାଧାରଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆହ୍ବାନ କରିଛି । ଏହାସହ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ବିଚାରଭିଭାଗୀୟ ତଦନ୍ତ ନିର୍ଦ୍ଦେଶକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବାଗତ କରିବା ସହ ଏଥିରେ ସଂପୂର୍ଣ୍ମ ସହାୟତା କରିବ ବୋଲି ମଧ୍ୟ ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ।