UPରେ ବନ୍ଦ ହେଲା ମାଗଣା ରାସନ, ହିତାଧିକାରୀଙ୍କୁ ପୂର୍ବ ଭଳି ଦେବାକୁ ପଡିବ ପଇସା

Published By : Prameya-News7 Bureau | August 26, 2022 IST

ଲକ୍ଷ୍ନୌ ୨୬।୮:  ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟ ନାଥ ସରକାର ନିଶୁଳ୍କ ବଣ୍ଟାଯାଉଥିବା ରେସନ ବନ୍ଦ କରିଦେଇଛନ୍ତି। ତେବେ ପୂର୍ବ ଭଳି ବିତରଣ କେନ୍ଦ୍ରରେ ରେସନ ବାବଦ ପଇସା ପୈଠ କରି ଲୋକେ ମାସିକ  କୋଟା ଉଠାଇ ପାରିବେ ବୋଲି ଘୋଷଣା କରାଯାଇଛି। ଜୁଲାଇ ମାସର ରେସନ ବିତରଣ ଅଗଷ୍ଟ ୩୧ ସୁଦ୍ଧା ଆରମ୍ଭ ହେବ। ଲୋକେ ଗହମ କେଜି ପିଛା ୨ ଟଙ୍କା ଓ ଚାଉଳ ୩ ଟଙ୍କା ପୈଠ କରି ସାମଗ୍ରୀ ଉଠାଇ ପାରିବେ।

ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ପରେ ମାର୍ଚ୍ଚ ୨୦୨୨ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୩ ମାସ ନିଶୁଳ୍କ ରେସନ ବାଣ୍ଟିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହା ପରେ ଯୋଜନାକୁ ଆଉ ୩ ମାସ ଅର୍ଥାତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିଲା। ତେବେ ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ କେନ୍ଦ୍ରର ନିଶୁଳ୍କ ରେସନ ବିତରଣ ବ୍ୟବସ୍ଥାକୁ  ସରକାର ହିତାଧିକାରୀଙ୍କ ଲାଗି  ବନ୍ଦ କରିଦେଇଛନ୍ତି।

{"id":676465,"width":839,"height":472,"sizeSlug":"full","linkDestination":"none"}

ଉତ୍ତର ପ୍ରଦେଶରେ ଗୋଟିଏ ମାସରେ ଦୁଇ ଥର ନିଶୁଳ୍କ ରେସନ ବିତରଣ ବ୍ୟବସ୍ଥା ପ୍ରଚଳିତ। ଏଥିରେ ଗୋଟିଏ ରେସନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ଯୋଜନାଟି ରାଜ୍ୟ ସରକାରଙ୍କର। ଏଥିରେ ଲୋକଙ୍କୁ ଚଣା, ଲୁଣ ଓ ରିଫାଇନ ତେଲ ମାଗଣାରେ ଯୋଗାଇ ଦିଆଯାଉଛି।

କେନ୍ଦ୍ର ସରକାରଙ୍କ ନିଶୁଳ୍କ ରେସନ ଯୋଜନା ଦେଶରେ କୋଭିଡ କାଳରେ ଆରମ୍ଭ ହୋଇଥିଲା ଓ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଜାରି ଥିଲା। ତେବେ ପରେ କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ ଯୋଜନା ସମ୍ପ୍ରସାରଣ କରିଥିବା ବେଳେ ୨୦୨୨ ବିଧାନସଭା ନିର୍ବାଚନରେ ଯୋଜନାର ବେଶ ସୁଫଳ ମଧ୍ୟ ସରକାରଙ୍କୁ ମିଳିଛି। ତେବେ ଯୋଜନା ଅନୁସାରେ ରାଜ୍ୟ ସରକାର ଯୋଗାଇ ଦେଉଥିବା ନିଶୁଳ୍କ ଚଣା, ଲୁଣ ଓ ରିଫାଇନ ପାଇଁ ହୀତାଧିକାରୀଙ୍କ ଠାରୁ ଅର୍ଥ ଆଦାୟ କରାଯିବନି। ତେବେ କେନ୍ଦ୍ର ସରକାରଙ୍କ ଯୋଜନାରେ ଚାଉଳ ଓ ଗହମ ପାଇଁ କେଜି ପିଛା ଦର ଦେବାକୁ ପଡିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.