ରାସନ୍‌ ସାମଗ୍ରୀ ବିତରଣକୁ ନେଇ ହେଉଛି ସୋସିଆଲ୍‌ ଅଡିଟ୍‌, ଦୁର୍ନୀତି ବିରୋଧରେ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

Published By : Prameya-News7 Bureau | September 21, 2021 IST

ଲକ୍ଷ୍ନୌ, ୨୧/୦୯: କରୋନା ସମୟରେ ଗରିବ ଲୋକଙ୍କୁ ବିତରଣ କରାଯାଇଥିବା ରାସନ ସାମଗ୍ରୀକୁ ନେଇ ସରକାର ଅଡିଟ୍ କରୁଛନ୍ତି। ଲକ୍ଷ୍ନୌରୁ ଆସିଥିବା ଟିମ୍ ଉତ୍ତରପ୍ରଦେଶର ସହର ଓ ଗ୍ରାମୀଣ କ୍ଷେତ୍ରକୁ ଯାଇ ଖାଉଟି ମାନଙ୍କ ସହିତ ସିଧା ସଳଖ କଥା ହେଉଛନ୍ତି। ରାସନ୍ ବାଣ୍ଟିବାରେ ଦୁର୍ନୀତି ହେଉଛି କି ନାହିଁ ତାହା ଏହି ଟିମ୍‌ ପରଖିବ । ସୋସିଆଲ୍ ଅଡିଟର ରିପୋର୍ଟ ଖାଦ୍ୟ ଆୟୁକ୍ତଙ୍କୁ ଦିଆଯିବ । ଯାଞ୍ଚରୁ ମିଳିଥିବା ଦୁର୍ନୀତି ସମ୍ୱନ୍ଧୀୟ ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଯୋଗାଣ ବିଭାଗର ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଅଡିଟ୍ ଟିମ ସହର ଏବଂ ଗ୍ରାମୀଣ କ୍ଷେତ୍ରରେ କାମ କରୁଛି । ରାସନ କାର୍ଡଧାରୀ ମାନଙ୍କୁ ଡାକି ସାମଗ୍ରୀ ବିତରଣ ବିଷୟରେ ସମ୍ପୁର୍ଣ୍ଣ ବାସ୍ତବତା ଜାଣିଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ସଂଜୀବ କୁମାର କହିଛନ୍ତି, ସୋସିଆଲ୍ ଅଡିଟ୍ ଏଠାରେ ପ୍ରତି ତିନି ମାସରେ ଥରେ ହୋଇଥାଏ। ଯାଞ୍ଚ ରିପୋର୍ଟ ଖାଦ୍ୟ ଆୟୁକ୍ତଙ୍କ ପାଖକୁ ପଠାଯାଏ।

୭୦,୦୦୦ ରୁ ଉର୍ଦ୍ଧ ହିତାଧୀକାରିଙ୍କୁ ମିଳୁଛି ରାସନ୍

ସେପ୍ଟେମ୍ବର ମାସ ଦ୍ୱିତୀୟ ପର୍ଯ୍ୟାୟର ସୋମବାର ଠାରୁ ରାସନ ବିତରଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ବିତରଣ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହୁଛି। ସହର ଏବଂ ଗ୍ରାମୀଣ କ୍ଷେତ୍ରରେ ସକାଳ ଠାରୁ ରାସନ ପାଇଁ ଧାଡ଼ି ଲାଗିଥିଲା। ଦୋକାନରେ ଖାଉଟିମାନେ ସାମାଜିକ ଦୂରତା ଅବଲମ୍ୱନ କରି ନଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ସଂଜିବ କୁମାର କହିଛନ୍ତି, ବିତରଣର ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ୭୦,୦୦୦ ହିତାଧିକାରୀ ରାସନ ସାମଗ୍ରୀ ପାଇସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.