scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରଥଯାତ୍ରା ୨୦୨୩ : ପୁରୀ ଓ ଭୁବନେଶ୍ୱରରେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା, ରାଜଧାନୀରେ ୫ଟି କଣ୍ଟ୍ରୋଲ୍‌ ରୁମ୍‌

20/06/2023 at 8:37 AM

ଭୁବନେଶ୍ୱର ୨୦।୦୬ :  ମଙ୍ଗଳବାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ଓ ଭୁବନେଶ୍ବର ରଥ ଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ ପୋଲିସ ।  କଟକ ରୁ ପୁରୀ ଯିବାକୁ ଥିବା ସୁପ୍ରିମକୋର୍ଟ ଓ ହାଇକୋର୍ଟ ଜଷ୍ଟିସ୍ ମାନଙ୍କୁ ସ୍ଵତନ୍ତ୍ର ପାଟ୍ରୋଲିଂ ଜରିଆରେ ପୁରୀ ନିଆଯିବାର ବ୍ୟବସ୍ଥା କରାଯାଇଛି ।

ଖବର ଅନୁଯାୟୀ, ପୁରୀରେ ହେବ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା । ଏହିକ୍ରମରେ  ଭୁବନେଶ୍ଵରରେ ମଧ୍ୟ ୫୭ଟି ସ୍ଥାନରେ ଗଡିବ ମହାପ୍ରଭୁଙ୍କ ରଥ ।. ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ପୁରୀ ରଥ ଯାତ୍ରା ଦେଖିବାକୁ ଯିବାକୁ ଥିବା ଭିଆଇପି ଓ ଭିଭିଆଇପିମାନଙ୍କୁ ସ୍ଵତନ୍ତ୍ର ପାଟ୍ରୋଲିଂ ଜରିଆରେ ପୁରୀ ନେବା ଓ ଫେରିବାର ବ୍ୟବସ୍ଥା କରାଯାଇଛି ।  ଏଥିପାଇଁ ବରମୁଣ୍ଡା  , ହାଇଟେକ , ଶିରିଡି ସାଇ ମନ୍ଦିର,  ଲିଙ୍ଗିପୁର ଓ ରାଜ୍ୟ ସଂଗ୍ରହାଳୟ  ଠାରେ ୫ଟି ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ କରାଯାଇଛି ।

ସେହିପରି  ରାଜଧାନୀର ରଥ ସମୟରେ ପିସିଆର ଭ୍ୟାନ ସହିତ ବାଇକ ପାଟ୍ରୋଲିଂ କଡାକଡି କରାଯାଇଛି ।  ଭୁବନେଶ୍ବର ଡିସିପିଙ୍କ ତତ୍ତ୍ଵାବଧାନରେ ୭ ଜଣ ଆଡିସିନାଲ ଡିସିପି  , ୧୧ ଜଣ ଏସିପି  , ୩୧ ଜଣ ଇନ୍ସପେକ୍ଟର ୯୦ ଏସଆଇ ,  ଏଏସଆଇ  , ୧୫ ଟ୍ରାଫିକ ଅଧିକାରୀ,  ୧୬୪ ହୋମଗାର୍ଡ ସହିତ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି ।

   Related Posts