୩ ଦିନ ପୂର୍ବରୁ ଉଠିଲା ତିନିରଥର ଚାରିନାହାକା, ତୀଖ ଗୁଜ ଓ ସାଲଗୁଜ ସଂଯୋଗ ପରେ ଉଠିବ ଚଉଦ-ନାହାକା

Published By : Prameya-News7 Bureau | June 10, 2022 IST

ପୁରୀ ୧୦/୦୬: ବେଶ ଜୋରସୋରରେ ଚାଲିଛି ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ । ୩ଦିନ ପୂର୍ବରୁ ଉଠିଛି ତିନିରଥର ଚାରିନାହାକା। ଗତକାଲି ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା । ଏଥିସହ ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ଆଜି ଭୋଇସେବକ ମହାରଣାଙ୍କ ନିର୍ଦ୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।

ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ତିନିରଥ ପ୍ରସ୍ତୁତ ହୋଇଯିବ । ଦେବସ୍ନାନ ପୂର୍ଣ୍ଣମୀ ନଆସୁଣୁ ତିନିରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି । ଟାର୍ଗେଟ ଥାଏ ଦେବସ୍ନାନପୂର୍ଣ୍ଣିମା ଦିନ ତିନିରଥର ଚାରିନାହାକା ଉଠିବ। କିନ୍ତୁ ଆଜି ସକାଳେ ଭୋଇ ସେବକମାନେ ମହାରଣାଙ୍କ ନିର୍ଦ୍ଦେଶରେ ତିନି ରଥର ଚାରି ନାହାକା ଉଠାଇବା ସହ ତୃତୀୟ ହରିବୋଲ ପକାଇଛନ୍ତି ।

wp:gallery {"linkTo":"none"} /wp:gallery

ଶୀତଳଷଷ୍ଠୀ ଦିନ ତିନିରଥର ସମସ୍ତ ଚକ ଅଖ ଡେରା ଯିବାର ଥିଲେ ମଧ୍ୟ ଏହାର ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥର ସମସ୍ତ ୪୨ ଚକ ସହ ୨୧ ଅଖ ସଂଯୋଗ ହୋଇ ଡେରା ଯାଇଥିଲା । ତେବେ ଚାରିନାହାକା ଉଠିବା ପରେ ଗୁଜ, ଜଳଯନ୍ତ୍ର ସ୍ଥାପନ ଚାଲିଛି । ଏହାପରେ ଛନ୍ଦା ଗୟଳ ପକାଇ ତୀଖ ଗୁଜ ଓ ସାଲଗୁଜ ସଂଯୋଗ କରାଯାଇ ଚଉଦ ନାହାକା ଉଠାଯିବ ବୋଲି ବିଶ୍ଵକର୍ମା କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.