ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ରଥଯାତ୍ରା ପାଇଁ ରାଇରଙ୍ଗପୁରରେ ପ୍ରସ୍ତୁତି ବୈଠକ, ସୁରକ୍ଷା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ

6/06/2022 at 4:51 PM

ରାଇରଙ୍ଗପୁର ୬।୬: ଆଗାମୀ ପବିତ୍ର ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ମନ୍ଦିର କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସରୋଜ କୁମାର ଦାଶ ସଭାପତିତ୍ବ କରିଥିଲେ । ଦୁଇ ବର୍ଷ ଅବଧି ପରେ ପାଳିତ ହେବାକୁ ଥିବା ରଥଯାତ୍ରାରେ ଭକ୍ତଙ୍କ ଅଧିକ ଭିଡ଼ ହେବା ସମ୍ଭାବନାକୁ ନେଇ ସୁରକ୍ଷା, ସ୍ଵଚ୍ଛତା ସହିତ କିପରି ସୁପରିଚାଳନା କରାଯିବ ସେ ବିଷୟରେ ଉପସ୍ଥିତ ସଦସ୍ୟଙ୍କ ମତାମତ ନିଆ ଯାଇଥିଲା । ରଥଯାତ୍ରା କମିଟି ଅଧ୍ୟକ୍ଷ ତଥା ରାଜକିଶୋର ଦାସ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ନିଜନିଜର ସୁଚିନ୍ତିତ ମତାମତ ଦେଇଥିଲେ ।

   Related Posts