ଘୋଷଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେ, ୧୨ ଦିନ ପରେ ଶ୍ରୀମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
1/07/2023 at 7:27 AM

ପୁରୀ ୦୧।୦୭: ଆଜି ଘୋଷଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀବିଜେ। ୧୨ ଦିନର ମାନବୀୟ ଲୀଳାଖେଳା ଶେଷ ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରିବେ।
ଜଗନ୍ନାଥଙ୍କ ଅଧର ଭଙ୍ଗା ନୀତି ।
— PuriOfficial (@Puri_Official) June 30, 2023
ଜୟ ଜଗନ୍ନାଥ ।#RathaYatra2023#JayJagannatha#Adharapana pic.twitter.com/oorBlcG1YO
ରଥାରୂଢ଼ ଠାକୁରେ ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଫେରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏପଟେ ସକାଳୁ ରଥଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ଶୁକ୍ରବାର ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ସରିଛି। ମହାପ୍ରଭୁଙ୍କୁ ପଣା ସମର୍ପଣ ହେବା ପରେ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡିଚାମୁଣ୍ଡାଙ୍କ ଉଦେଶ୍ୟରେ ପଣାହାଣ୍ଡିକୁ ଭଙ୍ଗା ଯାଇଥିଲା । ତିନି ରଥରେ ୩ ହାଣ୍ଡି ଲେଖାଏଁ ୯ ହାଣ୍ଡି ପଣା ପୂଜା ହେବାପରେ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ରଥାରୁଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଦେଖିବା ପାଇଁ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।