ରଥଯାତ୍ରା ୨୦୨୨ : ଛତିଆରେ ଧୁମଧାମରେ ରଥଯାତ୍ରା ପାଳିତ
1/07/2022 at 10:40 PM

ଚଣ୍ଡୀଖୋଲ ୦୧/୦୭ : ଯାଜପୁର ଜିଲ୍ଲା ଛତିଆରେ ବଡ଼ ଧୁମଧାମରେ ରଥଯାତ୍ରା ପାଳିତ ହୋଇଛି। କୋଭିଡ ମହାମାରୀ ପାଇଁ ଗତ ୨ ବର୍ଷ ହେଲା ଏହା ବନ୍ଦଥିଲା। ଚଳିତବର୍ଷ ନୂଆ କରି ଏଠାରେ ୩ ଠାକୁରଙ୍କ ପାଇଁ ତିନୋଟି ରଥ ତିଆରି କରାଯାଇଛି। ଛତିଆ କୁଞ୍ଜିଆ ଛକରୁ ୩ଟି ରଥ ୧୬ ନମ୍ବର ଜାତୀୟ ରାଜପଥ ଦେଇ ୧୨ କିଲୋମିଟର ପଥ ଅତିକ୍ରମ କରି ବଡଘୁମୁରିରେ ମାଉସୀମା ମନ୍ଦିରରେ ପହଞ୍ଚିବେ। ଏଥିପାଇଁ ସ୍ଥାନୀୟ ପ୍ରଶାନର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥର ଛତିଆରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
Related Posts
ଷ୍ଟେସନ ନିକଟରେ ଭୁସ୍ଖଳନ, ଅଟକିଛି ସମଲେଶ୍ଵରୀ ଏକ୍ସପ୍ରେସ
14 August 2022
କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ, ମିଳୁନି ପତ୍ତା
11 August 2022