vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା

18/05/2022 at 8:31 AM

ପୁରୀ ୧୮/୦୫: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଗୋଟିଏ ପଟେ ଅର ସଂଯୋଗ ଓ ପହି ସଂଯୋଗ ଚାଲିଥିବାବେଳେ ଅନ୍ଯ ପଟେ କମାରଶାଳରେ ଚକ ପାଇ ଆବଶ୍ୟକ କଣ୍ଟା ଯୋଗାଯାଉଛି । ପବିତ୍ର ଭଉଁରୀ ଅବସରରେ ୩ ରଥର ୬ଟି ଚକ ଡେରାଯିବାକୁ ଥିବାରୁ ମହାରଣା ସେବକଙ୍କୁ ଭୋଇ ସେବକମାନେ ଅଖ କାଠ ଯୋଗାଇଛନ୍ତି ।

ସୂଚନା ଥାଉକି, ଆସନ୍ତା ୨୨ରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ୬ଟି ଚକ ସହ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ ଟି ଅଖ କାଠ ପକାଯାଇଛି । ଚକରେ ଲାଗି ହୋଇଥିବା ପହି ବାହାର ବିନ୍ଧରେ ଖୁସିଅର ଲାଗିଥିଲା। ଏହା ପହି ଓ ଅରକୁ କାମୁଡି ଧରେ। ଗୋଟିଏ ଚକରେ ୪ଟି ପହି ,୧୬ଟି ବିନ୍ଧ, ୧୬ଟି ଅର ଓ ୧୬ଟି ଖୁସିଅର ଲାଗିଥାଏ।

ଏହାପରେ ଚକର କଳସା ବା ପହି ବିନ୍ଧଣ କରାଯାଉଛି। ଜନ୍ତାଗାଡରେ ଭୋଇ ସେବକ ମାନେ ସିଙ୍ଗଡା ବାଡିଆ କାର୍ଯ୍ୟ କରୁଥିବା ବେଳେ ରଥଚାଳିରେ ଚକ ନିର୍ମାଣରେ ଲାଗିଛନ୍ତି ମୁଖ୍ୟ ବିଶ୍ଵକର୍ମା । ପୁରୀ ଏସପି କନୱର ବିଶାଳ ସିଂ ରଥଖଳା ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ନିର୍ମାଣକାରୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ।

   Related Posts