ଅଟ୍ଟାଳୀ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ, ସମସ୍ତଙ୍କ ସହଯୋଗ ଲୋଡିଲେ ଉପ ଜିଲ୍ଲାପାଳ

Published By : Prameya-News7 Bureau | May 10, 2022 IST

ଆଠଗଡ଼ ୧୦।୦୫ : ଆଠଗଡ଼ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ । ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ତେବେ ଏହି ପ୍ରସ୍ତୁତି ବୈଠକର ଅଧ୍ୟକ୍ଷତା କରି ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ବାଇଁ ସମସ୍ତଙ୍କୁ ସ୍ୱାଗତ କରି ରଥଯାତ୍ରା କିପରି କରାଯିବସ, ସେ ସମ୍ପର୍କରେ ସମସ୍ତଙ୍କର ମତାମତ ନେଇଥିଲେ । ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଗକୁ ହେବାକୁ ଥିବା ବେଳେ , ଏହାପରେ  ସ୍ନାନ ଯାତ୍ରା ଏବଂ ନେତ୍ର ଉତ୍ସବ ହେବ । ତେବେ ସ୍ନାନ ଯାତ୍ରାକୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ଲାଗି ବନ୍ଦ ଥିଲା ରଥଯାତ୍ରା । ଚଳିତ ବର୍ଷ ଏହି ଯାତ୍ରାକୁ ସମସ୍ତ ବିଭାଗ ସହଯୋଗ କରିବାକୁ ଆଠଗଡ଼ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.