oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଥର ରଥଯାତ୍ରାରେ ବଡ଼ଦାଣ୍ଡକୁ ଆସିବେ ୨ଗୁଣା ଭକ୍ତ, ସମନ୍ବୟ କମିଟି ବୈଠକରେ ପୂର୍ବ ପ୍ରସ୍ତୁତି ନେଇ ଆଲୋଚନା

5/05/2022 at 1:53 PM

ପୁରୀ ୦୫।୦୫ : ଏଥର ଘୋଷଯାତ୍ରାରେ ବଢିବ ଶ୍ରଦ୍ଧାଳୁ ସଂଖ୍ୟା । ପୂର୍ବ ଅପେକ୍ଷା ଭକ୍ତଙ୍କ ସଂଖ୍ୟା ୨ ଗୁଣା ବଢିବ ।କରୋନା ଲାଗି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତାର ହେବ ଅନ୍ତ । ଭକ୍ତ ଗହଣରେ ହେବ ଚଳିତ ବର୍ଷର ରଥ ଯାତ୍ରା । ବଡ଼ଦାଣ୍ଡରେ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ । ରଥାଯାତ୍ରା ସମନ୍ୱୟ ବୈଠକ ପରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କରୋନା ସଂକ୍ରମଣ ଲାଗି ଗତ ୨ ବର୍ଷ ହେଲା ରଥାଯାତ୍ରାରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସରକାର । କେବଳ ସେବାୟତମାନଙ୍କୁ ନେଇ ହେଉଥିଲା ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭକ୍ତମାନେ ପୁରୀକୁ ଯିବା ପରିବର୍ତ୍ତେ ଟିଭି ଓ ସୋସିଆଲ୍‌ ମିଡିଆରେ ଦେଖୁଥିଲେ ରଥାଯାତ୍ରା । ତେବେ ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରାର ପୂର୍ବ ପ୍ରସ୍ତୁତି ନେଇ ଗୁରୁବାର ବସିଥିଲା ପ୍ରଥମ ସମନ୍ୱୟ ବୈଠକ । ଏଥର ଭକ୍ତଙ୍କ ସମାଗମ ବଢିବା ନେଇ ଆଗୁଆ ପ୍ରସ୍ତୁତି ନେବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷର ରଥଯାତ୍ରାରେ ଭକ୍ତଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ୨ ଗୁଣା ଅଧିକା ହେବ । ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ତେବେ ଜିଲ୍ଲାପାଳଙ୍କ କହିବାଅନୁସାରେ, କୋଭିଡ଼ ସ୍ଥିତିକୁ ଦେଖି ରୋଡମ୍ୟାପ୍‌ ପ୍ରସ୍ତୁତ କରାଯିବ । ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା ପାଇଁ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ପର୍ଯ୍ୟାୟ କ୍ରମେ ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନ ମଧ୍ୟ କରାଯିବ । ତେବେ ରଥଯାତ୍ରା ସମୟରେ କିପରି ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଭିଡ଼ର ସୁପରିଚାଳନା କରାଯିବ । ସେଦିଗରେ ପ୍ରଥମେ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ।

   Related Posts