ବାହାରିନରେ ପ୍ରବାସୀ ଓଡିଆଙ୍କ ଦ୍ବାରା ଘୋଷଯାତ୍ରା ଅନୁଷ୍ଠିତ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲା ବାନ ସେଙ୍ଗ ଥାଇ
6/07/2019 at 5:17 PM

ବାହାରିନ (ଦୀପକ ସାହୁ) ୬|୭: ଗତ ୪ ତାରିଖ ଦିନ ସୁଦୂର ବାହାରିନ ସ୍ଥିତ ପ୍ରବାସୀ ଓଡ଼ିଆ ଓ ଇସ୍କନ କାନୁ ଗାର୍ଡେନର ମିଳିତ ଆନୁକୁଲ୍ୟରେ ବିଶ୍ଵ ପ୍ରସିଦ୍ଧ ଘୋଷ ଯାତ୍ରା ପାଳିତ କରିଛନ୍ତି। ସ୍ଥାନୀୟ ବାନ ସେଙ୍ଗ ଥାଇ ଅଡିଟରିଅମରେ ପାରମ୍ପରିକ ରୀତିନୀତି ଆରମ୍ଭ ହୋଇଥିଲା ରଥଯାତ୍ରା। ଏକ ନୂତନ ନିର୍ମିତ ଓ ସୁସଜ୍ଜିତ ରଥରେ ତିନି ଠାକୁରଙ୍କ ଦିବ୍ୟ ପ୍ରତିମା ଶହ ଶହ ଶ୍ରଦ୍ଧାଳୁଙ୍କ ଚିତ୍ତ ଆକର୍ଷଣ କରିଥିଲା। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ପହଣ୍ଡି ତଥା ରଥ ଟାଣିବାର ସୁଯୋଗ ଦିଆଯାଇଥିଲା।

ବାହାରିନ ତଥା ସମଗ୍ର ଦେଶ ମାନଙ୍କରୁ ୭୫୦ ରୁ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ସମାଗମ ହୋଇଥିଲା । ନେପାଳ ରାଷ୍ଟ୍ରଦୂତ ମହାମନ୍ୟ ପଦମ୍ ସୁନ୍ ଦାସ ଯୋଗୁଁ ଦେଇଥିବାରୁ ନିଜକୁ କୃତଜ୍ଞ ମନେ କରିଥିଲେ। ଏହାଛଡା ମୁମ୍ବାଇ ଇସ୍କନର ପ୍ରମୁଖ ଶ୍ରୀ ଶ୍ରୀ ଅତୁଲ୍ୟ କୃଷ୍ଣ ଦାସ ଏହି ଉତ୍ସବରେ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ମହନୀୟତା ବିଷୟରେ ପ୍ରବଚନ ଦେଇଥିଲେ।

ବାହାରିନରେ ରହୁଥିବା ଅନେକ ଅଣଓଡ଼ିଆ ସମ୍ପ୍ରଦାୟର ଜଗନ୍ନାଥ ମାହପ୍ରଭୁଙ୍କ ଭକ୍ତମାନଙ୍କ ସମାଗମ ରେ ପର୍ବଟି ଉତ୍ସବମୁଖର ହୋଇ ଉଠିଥିଲା। ଏହି ଅବସରରେ ଅନୁଷ୍ଠିତ ହୋଇଥିଲା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ। ନିର୍ଦ୍ଧାରିତ ସମୟରେ ସବୁ କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ସମାଜର ପରିଚାଳନା କମିଟି ସର୍ବସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।