ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହେଲା ଭୁବନ, ଶନିବାର ମାଉସୀ ମାଆ ମନ୍ଦିରରେ ପହଞ୍ଚିବ ରଥ

Published By : Prameya-News7 Bureau | July 01, 2022 IST

ଭୁବନ: ଘୋଷଯାତ୍ରାରେ  ଦୁଇ ବର୍ଷ ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିଥିଲା ମହାମାରୀ କରୋନା। ତେବେ ଚଳିତ ବର୍ଷ ଭୁବନରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ଜୟ ଜଗନ୍ନାଥ, ହରିବୋଲ,ବାଜା ବାଜେଣା, ଘଣ୍ଟ ହୁଳହୁଳିର ପ୍ରକମ୍ପିତ ହୋଇଛି ସାରା ଭୁବନ । ଢେଙ୍କାନାଳ ଜିଲ୍ଲା ଭୁବନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ହଜାରହଜାର ଭକ୍ତମାନଙ୍କର ସମାଗମ ଦେଖିବାକୁ ମିଳିଛି ।

ରତ୍ନ ସିଂହାସନରୁ ରଥରେ ବିଜେ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।  ତିନି ଠାକୁରଙ୍କୁ ପାଖରୁ ସ୍ପର୍ଶ କରି ନିଜକୁ ଧନ୍ୟ ମନେକରୁଛି ଭକ୍ତ । ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପୋଲିସ ମୃତୟନ କରାଯାଇଛି । ତେବେ ତିନି ରଥରେ ତୁଷାରକାନ୍ତି ମିଶ୍ର ଛେରା ପହଁରା କରିବା ପରେ ସମସ୍ତ ନିତିକାନ୍ତି ଶେଷ ହୋଇଥିଲ। । କଡା ସୁରକ୍ଷା ବ୍ୟବସ୍ଥାରେ ରଥ ଟଣା ଆରମ୍ଭ ସମୟରେ ତାଳଧ୍ବଜ ରଥର ଆଗ ପଟର ବାମ ପାର୍ଶ୍ବ ଦୁଇଟି ଚକ ଭାଙ୍ଗିଯାଇଥିଲା । ଯାହାଫଳରେକି ଏକ ଘଣ୍ଟା ବିଳମ୍ବରେ ଭଗବାନ ବଳଭଦ୍ରଙ୍କୁ ଦେବଦଳନ ରଥରେ ମାଆ ସୁଭଦ୍ରାଙ୍କ ସହିତ ବିଜେ କରି ରଥଟଣା ଆରମ୍ଭ ହୋଇଥିଲା । ଦୁଇ ରଥ ନିର୍ଦ୍ଧାରିତ ସମୟରେ ମାଉସୀ ମାଆ ମନ୍ଦିରକୁ ଯାଇପାରି ନଥିବାରୁ ନୂଆବଜାରରେ ଅଟକିଥିଲେ । ଆସନ୍ତାକାଲି ମାଉସୀ ମାଆ ମନ୍ଦିରରେ ପହଞ୍ଚିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.