ଜିନ୍ଦଲ ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା, ଛେରା ପହଁରା କଲେ ନବୀନ ଜିନ୍ଦଲ

Published By : Prameya-News7 Bureau | July 01, 2022 IST

ଅନୁଗୋଳ: ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ମହାପ୍ରଭୁଙ୍କର ରଥଯାତ୍ରା ପାଳିତ ହୋଇଛି। ଜିନ୍ଦଲ ପରିସରରେ ତିନି ଦିଅଁଙ୍କ ପାଇଁ ତିନୋଟି ରଥ ନିର୍ମାଣ ହୋଇଥିଲା । ପ୍ରଥମେ ପରିସରରେ ଥିବା ଜଗନ୍ନାଥ ମନ୍ଦିରରୁ ତିନି ଦିଅଁଙ୍କୁ ପହଣ୍ଡି ବିଜେ ପରେ ରଥାରୂଢ କରାଯାଇଥିଲା। ପରେ ପରେ ରଥାରୂଢ ତିନିଦିଅଁଙ୍କ ରଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଚେୟାରମ୍ୟାନ ନବୀନ ଜିନ୍ଦଲ ଛେରାପହଁରା କରିଥଲେ। ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବିଶ୍ୱର କଲ୍ୟାଣ କାମନା କରିଥିଲେ। ପରେ ପରେ ରଥଟଣା କାର୍ଯ୍ୟକ୍ରମ ହୋଇଥିଲା।

{"id":650185,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.