krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା : ରଥ-ପଥ ପ୍ରସ୍ତୁତ, ଅପେକ୍ଷା କାଳିଆ ସାଆନ୍ତଙ୍କୁ…

20/06/2023 at 7:38 AM

ପୁରୀ ୨୦।୦୬ : ମଙ୍ଗଳବାର ବିଶ୍ଵ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ରଥ, ପଥ ପ୍ରସ୍ତୁତ। ଅପେକ୍ଷା କାଳିଆ ସାଆନ୍ତଙ୍କୁ। ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଭକ୍ତଙ୍କ ସୁଅ । ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ସିଂହଦ୍ଵାର ସମ୍ମୁଖକୁ ଅଣା ଯାଇଛି। ଏହା ଆଗରୁ ତିନି ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହା ପରେ ପ୍ରଥମେ ନନ୍ଦିଘୋଷ ରଥ ତା ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ଵଜ ରଥ ସିଂହଦ୍ଵାର ସମ୍ମୁଖରେ ଲାଗିଛି। ତେବେ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସାମ୍ନାକୁ ଆସିଛି ।

ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ, ସକାଳ ୯ଟା ୩୦ରେ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ। ଏହା ପରେ ଛେରାପହଁରା  ୨.୩୦ ରୁ ୩.୩୦ରୁ ନିର୍ଦ୍ଧାରିତ ହୋଇଥିବା ବେଳେ ୩.୦୦.ଟା ରୁ ୪.୦୦ ଟା ପର୍ଯ୍ୟନ୍ତ ଚାରମାଳ ଓ ଘୋଡା ଲାଗିବ। ଏହା ପରେ ରଥ ଟଣା ଅପରାହ୍ନ ୪.୦୦ ଟାରେ ଆରମ୍ଭ ହେବ ।

ରଥଯାତ୍ରା ପାଇଁ ନୀତିକାନ୍ତି

ମଙ୍ଗଳ ଆଳତି- ପ୍ରାତଃ ଘ ୬.୦୦

ମଇଲମ – ୬.୧୦

ତଡପଲାଗି- ୬.୩୦

ରୋଷହୋମ- ୬.୩୦

ଅବକାଶ- ୭.୦୦ ଟା

ସୂର୍ଯ୍ୟପୂଜା- ୭.୧୦

ଦ୍ଵାରପାଳ ପୂଜା‌ ଓ ବେଶ ଶେଷ- ୭.୩୦

ଗୋପାଳବଲ୍ଲଭ ଓ ସକାଳଧୂପ- ୮.୦୦ ଟା ରୁ ୯.୦୦

ରଥ ପ୍ରତିଷ୍ଠା – ୯.୦୦ଟା

ମଙ୍ଗଳାର୍ପଣ- ୯.୧୫

ପହଣ୍ଡି- ୯.୩୦

ପହଣ୍ଡି ଶେଷ- ୧୨.୩୦

ମଦନମୋହନ ଓ ରାମକୃଷ୍ଣ ବିଜେ – ୧୨.୩୦ ରୁ ୧.୦୦

ଚିତା ଲାଗି- ୧.୩୦ ରୁ ୨.୦୦

ବେଶଶେଷ- ୧.୩୦ରୁ ୨.୩୦

ଛେରାପହଁରା – ୨.୩୦ ରୁ ୩.୩୦

ଚାରମାଳ ଓ ଘୋଡା ଲାଗିବ – ୩.୦୦.ଟା ରୁ ୪.୦୦ ଟା

ରଥ ଟଣା- ଅପରାହ୍ନ ୪.୦୦ ଟା

You Can Read :

   Related Posts