ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ତିନି ରଥରେ ଲାଗିଲା କଳସ ଓ ଓଲଟ ଶୁଆ: ଶେଷ ପର୍ଯାୟରେ ଲାଗିପଡିଛନ୍ତି ଚିତ୍ରକର, ରୂପକାର ଓ ଦର୍ଜୀ ସେବକ

27/06/2022 at 10:54 AM

ପୁରୀ,୨୭/୦୬: ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ରଥ ପ୍ରସ୍ତୁତ କରିବାକୁ ଚାଲିଛି ପ୍ରୟାସ । ଏଣୁ ରଥରେ ଦିଆଯାଉଛି ଶେଷ ସ୍ପର୍ଶ । ରବିବାର ରଥରେ କଳସ ଉଠି ଅଁଳା ଓ ଓଲଟଶୁଆ ସ୍ଥାପନ କରାଯାଇଛି । ତିନି ରଥରେ ୩ଟି କଳସ ଓ ୬ଟି ଓଲଟ ଶୁଆ ସ୍ଥାପନ କରାଯାଇଛି । ରଥରେ କନକମୁଣ୍ଡି କାର୍ଯ୍ୟ ଓ ରଥଖଳାରେ ରୂପକାରଙ୍କ ପ୍ରଭା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ । ରଥରେ ହଂସପଟା ଲଗାଯାଇଛି । କାର୍ଯ୍ୟ ସରିବାରେ ରବିବାର ସମ୍ପୂର୍ଣ୍ଣ ଭାବେ ରଥ ଚାଳି ଭଙ୍ଗାଯାଇଛି ।

ରଥଯାତ୍ରାକୁ ଆଉ ମାତ୍ର ୪ ଦିନ । ଏଣୁ ରଥ ନିର୍ମାଣ କାମ ସରିବା ଉପରେ । ଚିତ୍ରକର, ରୂପକାର ଓ ଦର୍ଜୀଙ୍କ କାର୍ଯ୍ୟ ଜୋରଦାର ଚାଲିଛି । ରଥଖଳାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ରୂପକାରମାନେ କାମ କରୁଛନ୍ତି । ରଥ ଖଳାରେ ଘୋଡ଼ାରେ ରଙ୍ଗ ଦେବାକୁ ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳମହଲାରେ ଚିତ୍ରକର କାର୍ଯ୍ୟବ୍ୟସ୍ତ ରହିଛନ୍ତି । ରୂପକାରମାନେ ପ୍ରଭାରେ ଖୋଦେଇ କାର୍ଯ୍ୟ ଶେଷ କରିଛନ୍ତି । ପାଶ୍ୱର୍ଦେବଦେବୀ, ସଖୀ, ଶିଖରଡମ୍ବରୁ ଚିତ୍ର ସରିବା ଉପରେ । ରଥର ତିନି ସାରଥିଙ୍କ ରଙ୍ଗ କାମ ଶେଷ ହେଉଛି ।

ତିନି ରଥରେ ଶିଖରଡମ୍ୱରୁ ଲଗାଯିବା ପରେ ୨୭ ପାଶ୍ୱର୍ଦେବଦେବୀଙ୍କୁ ସ୍ଥାପନ କରାଯିବ । ରଥମାନଙ୍କରେ ଧ୍ୱଜବତା ଓ କଣଫାଉଡ଼ା ଲଗାଯାଇଛି । କଣଫାଉଡ଼ାରେ ମଣ୍ଡଣି ବତା ଲଗାଯାଇଛି । ଏହାଦ୍ୱାରା ରଥ ହୃଷ୍ଟପୁଷ୍ଟ ଓ ସୁନ୍ଦର ହେବ । ଏଣିକି ତିନି ରଥରେ କନାମଣ୍ଡଣି ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସେବକ କନା ସିଲାଇରେ ବ୍ୟସ୍ତ ରହିଛନ୍ତି । ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଇବେ ।

ରଥର ଚାରିପଟେ ଠେକରାବାଡ଼ ଲାଗିବ । ରଥକାମ ଶେଷ ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥମାନଙ୍କର କନା ମଣ୍ଡଣି କାମ ସରିବା ପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ । ଆଜି ରଥ ଖଳାକୁ ସମ୍ପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି ।

   Related Posts