ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନ, ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ

Published By : Prameya-News7 Bureau | June 07, 2022 IST

ପୁରୀ ୦୭।୦୬: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଉ ମାତ୍ର କେଇଟା ଦିନ । ସେଥିପାଇଁ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ । ତିନି ରଥର ଚକ-ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି। ତିନି ରଥର ପାଞ୍ଚ ଦଣ୍ଡା ଏବଂ ପାର୍ଶ୍ବ ଦଣ୍ଡାରେ ଗୁଜ, ଜଳଯନ୍ତ୍ର, ମୁହାଁଟ ଏବଂ କୁଡୁକା ଲାଗି ପରେ ନମ୍ବରିଂ ହୋଇ ଖୋଲା ଯାଇଛି।

{"id":639709,"sizeSlug":"full","linkDestination":"none"}

ସେହିଭଳି ତିନି ରଥର ଗରଗରା ଚଉପଟ ସରି ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ଦୁଇଟି ଲେଖାଁଏ ଢ଼ମକ ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି କାରିଗର । ଦେବଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେଵକ ମାନେ ଜାରି ରଖିଥିବା ବେଳେ ନନ୍ଦିଘୋଷ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ତାଳଧ୍ଵଜ ରଥର ପୋଲ ଗୟଳ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି।

{"id":639710,"sizeSlug":"full","linkDestination":"none"}

ସେପଟେ ରୂପକାର ସେବକ ମାନେ ତିନି ରଥର ଗୁଜରେ ରୂପ ଖୋଦେଇ ଶେଷ ପରେ ତିନିରଥର ସିଂହାସନରେ ଡାଳି ଲତା ଏବଂ କୁମ୍ଭ ଖୋଦେଇ କରୁଛନ୍ତି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର କମାର ସେବକ ମାନେ ଗୟଳକଣ୍ଟା, ଗରଗରା କଣ୍ଟା ପରେ ଭୂଇଁ କଣ୍ଟା, ଯୋଖା କଣ୍ଟା, ଚଣାକ ଏବଂ ବାଗିଆ କଣ୍ଟା ନିର୍ମାଣ କରୁଛନ୍ତି।

{"id":639711,"sizeSlug":"full","linkDestination":"none"}


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.