ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରଥଖଳା ହାଲ୍‌ଚାଲ୍‌, ମଙ୍ଗଳବାର ରଥରେ ବୁଲିବ ଠେକରାବାଡ଼

28/06/2022 at 8:20 AM

ପୁରୀ ୨୮।୦୬: ପାଖେଇ ଆସୁଛି ରଥଯାତ୍ରୀ । ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାମ । ସୋମବାର ପ୍ରତ୍ୟେକ ରଥରେ ପାର୍ଶ୍ୱଦେବତାଙ୍କୁ ସ୍ଥାପନ କରାଯାଇଛି । ରଥରେ ପ୍ରଥମେ ଶିଖରଡମ୍ୱରୁ ଲଗାଗଲା । ପରେ ୨୭ ପାର୍ଶ୍ୱଦେବାଦେବୀଙ୍କୁ ସ୍ଥାପନ କରାଗଲା । ମଙ୍ଗଳବାର ରଥରେ ଠେକରାବାଡ଼ ବୁଲିବ । ଚିତ୍ରକାରମାନେ ପ୍ରଭାରେ ରଙ୍ଗ କାର୍ଯ୍ୟ ସାରିଛନ୍ତି । କୋଠସୁଆଁସିଆ ସେବକମାନେ ରଥରେ କନା ମଣ୍ଡଣୀ କରି ପିତ୍ତଳ ସାଜ ଲଗାଇବେ । ପ୍ରଭା ସ୍ଥାପନ ପରେ ଚକା ସିଂହାସନ ପଡ଼ିଲେ ରଥ ନିର୍ମାଣ କାର୍ଯ୍ୟ ସରିବ ।

ଏବେ ରଥ ଉପରେ ଠାକୁରମାନଙ୍କ ସିଂହାସନ କାମ ଜାରି ରହିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶେଣୀ ରଖିଥିଲେ । ତା’ଉପରେ ପଟା ପଡ଼ି ସିଂହାସନ ପରିଛା ପଡିଲା । ଏହାପରେ ପଟା ପଡି ଚକା ପଡିବ। ଚକାବେଦିରେ ଠାକୁରେ ବସିବେ। ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭାକାମ ସାରିଥିଲେ। ରୂପକାରମାନେ ସେଥିରେ କୀର୍ତ୍ତିମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରିଛନ୍ତି। ଏହାପରେ ଚିତ୍ରକାର ସେବକମାନେ ସେଥିରେ ରଙ୍ଗ ଦେଇଛନ୍ତି। ସିଂହାସନ ଉପରେ କନକମୁଣ୍ଡି କାମ କରାଯାଇଛି । କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିବ । ରଥରେ କଣଫାଉଡା ଲଗାଯାଇଛି । ସେଥିରେ ମଣ୍ଡଣୀ ବାଉଁଶ ଲଗାଯିବ। ଏହାଯୋଗୁ ରଥ ହୃଷ୍ଟପୁଷ୍ଠ ଲାଗିବ।

ରଥରେ ଧ୍ୱଜବତା ଲଗାସରିଛି । ଅଶ୍ୱ ଲାଗିବା ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହୋଇଛି । ପୂର୍ବରୁ ରଥ ସମ୍ମୁଖରେ ଚାରପରିଛା କାଠ ଲାଗିଛି। ଏହା ଉପରେ ଦୁଇଟି ଇଶ ଲାଗିବ । ତାପରେ ଇଶର ବେକରେ ଜୁଆଳି ଲାଗିବ । ଜୁଆଳିରେ ଅଶ୍ୱଙ୍କୁ ଲଗାଯିବ । ରଥ ଚାରିପଟେ ଠେକରାବାଡ ଲାଗିବ । ରଥକାମ ଶେଷ ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥର କନା ମଣ୍ଡଣୀକାମ ସରିବାପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ । ଏହାପରେ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାରଠାରେ ପହଞ୍ଚାଯିବ ।

   Related Posts