ରଥ ଖଳା ହାଲ୍‌ଚାଲ୍‌...ମୁଖ୍ୟ ବିଶ୍ୱକର୍ମାଙ୍କ ଦ୍ୱାରା ତିନି ରଥର ପାଞ୍ଚ ଦଣ୍ଡାର ଅନୁକୂଳ

Published By : Prameya-News7 Bureau | June 06, 2024 IST

ପୁରୀ ୦୬।୦୫ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ମୁଖ୍ୟ ବିଶ୍ୱକର୍ମା ମୁହାଁଟ ଅନୁକୂଳ କରିବା ପରେ ସେଥିରେ ସହଯୋଗୀ ମହାରଣାମାନେ ବିନ୍ଧ କାର୍ଯ୍ୟ କରୁଛନ୍ତି । ସେହିପରି ତିନି ରଥର ପାଞ୍ଚ ଦଣ୍ଡାର ଅନୁକୂଳ ମଧ୍ୟ କରିଛନ୍ତି ମୁଖ୍ୟ ବିଶ୍ୱକର୍ମା । ତେବେ ଦଣ୍ଡା ଅନୁକୂଳ ପରେ ଏହାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଆସନ୍ତା ଶୀତଳଷଷ୍ଠୀ ପରଦିନ ତିନି ରଥର ୪୨ଟି ଚକ ସହ ୨୧ ଟି ଅଖ ସଂଯୋଗ କରାଯିବ। ଏଥିପାଇଁ ସମସ୍ତ ଅଖ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ଭୋଇ ସେବକମାନେ ଆଜି ସମସ୍ତ ଚକରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.