ରଥଯାତ୍ରା ନେଇ ଜୋରଦାର ପ୍ରସ୍ତୁତି : ବିଭିନ୍ନ ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକ

Published By : Prameya-News7 Bureau | June 08, 2024 IST

ପୁରୀ ୮।୬: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ବିଭିନ୍ନ ନିଯୋଗ ସହ ବୈଠକ କରୁଛନ୍ତି । ରଥଯାତ୍ରାରେ ଦଇତାପତିଙ୍କ ଗୁରୁ ଦାୟିତ୍ଵ ଥିବାବେଳେ ସମସ୍ତ ନୀତିକାନ୍ତି କିଭଳି ସୂଚାରୁରୂପେ ହୋଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ତେବେ ଚଳିତ ବର୍ଷ ରଥଯାତ୍ରା ଉଭୟ ସେବାୟତ ଓ ପ୍ରଶାସନ ପାଇଁ ବଡ ଚାଲେଞ୍ଜ ରହିଛି । ରଥଯାତ୍ରା ଦିନ ହିଁ ନବଯୌବନ ଦର୍ଶନ ପଡୁଥିବାରୁ କିଭଳି ସମସ୍ତ ନୀତିକାନ୍ତି କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ତେବେ ୧୯୭୧ ମସିହା ରଥଯାତ୍ରାରେ ମହାପ୍ରଭୁଙ୍କ ଯେଉଁଭଳି ନୀତିକାନ୍ତି କରାଯାଇଥିଲା ସେହିଭଳି ଭାବେ ଚଳିତ ବର୍ଷ ନୀତିକାନ୍ତି କରାଯିବା ନେଇ ପ୍ରସ୍ତାବ ଦେଇଛନ୍ତି ଦଇତାପତି । ସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସୂଚାରୁରୂପେ କରାଯିବ ବୋଲି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି । ସେହିପରି ପୂଜାପଣ୍ଡା ନିଯୋଗ ସହ ମଧ୍ୟ ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି ।

You Can Read :

ନୀଳଗିରି ଉପଖଣ୍ଡ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ, ଆହାର କେନ୍ଦ୍ରରେ ଯାଞ୍ଚ କଲେ ଖାଦ୍ୟର ମାନ

 

 

 

 

 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.