LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରଥକାଠ ଚିରଟ ପାଇଁ ଶ୍ରୀମନ୍ଦିରରୁ ଗଲା ଆଜ୍ଞାମାଳ, କଟକ ଅଭିମୁଖେ ଯାତ୍ରା କଲେ ପ୍ରତିନିଧି ଦଳ

30/03/2023 at 11:09 AM

ପୁରୀ ୩୦।୩: ଜୁନ୍ ୨୦ତାରିଖରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ପବିତ୍ର ରାମ ମନ୍ଦିରରେ ଅନୁକୂଳ ହେବ ରଥ କାଠ ଚିରଟ । କଟକ ଖପୁରିଆ କରତକଳରେ ଚିରଟ ହେବ ରଥ କାଠ । ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ପ୍ରତିନିଧି ଦଳ ମାଳ ମାହାର୍ଦ୍ଦ ନେଇ କଟକ ଅଭିମୁଖେ ଯାତ୍ରା କରିଛନ୍ତି ।

ଅପ୍ରେଲ ୨୩ ତାରିଖରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅବସରରେ ରଥ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ l ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସରସ୍ବତୀ ପୂଜାଠାରୁ ପୂଜା କରାଯାଇଥିବା ତିନୋଟି ଧଉରା କାଠକୁ ହୋମରେ ଦେଉଳ ପୁରୋହିତ ପୂର୍ଣ୍ଣାହୂତି ଦେଇଥାନ୍ତି । ସେଠାରେ ଶ୍ରୀମନ୍ଦିର ମଣିବିମାନରେ ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ପାଲିଙ୍କିରେ ରାମକୃଷ୍ଣ ଓ ପଞ୍ଚୁପାଣ୍ଡବ ରଥଖଳାରେ ପହଞ୍ଚିବା ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡାସାମନ୍ତ ମହାପ୍ରଭୁଙ୍କ ଲାଗି ମାଳ ଆଣି ରଥ କାଠ ଉପରେ ଲାଗି କରିଥାନ୍ତି l ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ରଥକାଠ ପୂଜାବିଧି ସମ୍ପୂର୍ଣ୍ଣ ହୁଏ l ତିନି ରଥର ମୁଖ୍ୟ ମହାରଣା ରଥକାର୍ଯ୍ୟ ଶୁଭାରମ୍ଭ କରିଥାନ୍ତି l

ପବିତ୍ର ରାମ ନବମୀରେ ରଥରେ ବ୍ୟବହାର ହେଉଥିବା କାଠକୁ ଚିରଟ କରିବାକୁ ଅନୁକୂଳ କରାଯାଏ l ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ କଟକ ଯାତ୍ରା କରିଛନ୍ତି । ଖପୁରିଆ ସ୍ଥିତ କରତ କଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ କରାଯିବ । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ନୀତିପ୍ରଶାସକ ଜିତେନ୍ଦ୍ର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଧାର ରବି ଭୋଇ, ବରିଷ୍ଠ ତତ୍ତ୍ୱlବାଧାର ସୁଦର୍ଶନ ମେକାପ ପ୍ରମୁଖ ଏକ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିଛନ୍ତି l

   Related Posts