ଆଇସକ୍ରିମ କାଠିରେ ନନ୍ଦିଘୋଷ ରଥ, ବିଶ୍ୱଜିତ୍ଙ୍କୁ ଲାଗିଛି ୫ ଦିନ
18/06/2023 at 11:11 AM

ପୁରୀ ୧୮।୦୬ : ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ପୁରୀ ସିଦ୍ଧମହାବୀର କୁମୁଟି ପାଟଣାର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି।

ସମୁଦାୟ ୨୭୫ ଆଇସକ୍ରିମ୍ କାଠି ବ୍ୟବହାର କରି ବିଶ୍ବଜିତ ଏହି ରଥ ନିର୍ମାଣ କରିଛନ୍ତି। ଏହି ରଥର ଉଚ୍ଚତା ୮ ଇଞ୍ଚ ଓ ଓସାର ୯ ଇଞ୍ଚ ରହିଛି। ଏହାର ନିର୍ମାଣ କରିବା ପାଇଁ ବିଶ୍ବଜିତଙ୍କୁ ୫ ଦିନ ସମୟ ଲାଗିଥିଲା।

୨୦୨୧ରେ ବିଶ୍ବଜିତ ଆଇସକ୍ରିମ କାଠିରେ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ନାଁ ସାମିଲ କରିପାରିଥିଲେ। କ୍ଷୁଦ୍ର କୃତି ନିର୍ମାଣ କରିବା ବିଶ୍ବଜିତଙ୍କ ପେସା ହୋଇଥିବା ବେଳେ ନିସାରେ ସେ ଜଣେ ଇଞ୍ଜିନିୟର।
Related Posts
ନାଳରେ ବୁଡ଼ି ଦୁଇ ନାବାଳକ ମୃତ, ଖେଳିବାକୁ ଯାଇଥିବାବେଳେ ଅଘଟଣ
30 November 2023
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023