ପୁରୀ ୮|୫ : ଆରମ୍ଭ ହେଲା ରଥ ନିର୍ମାଣ କାମ । ସକାଳ ୮ରୁ ଆରମ୍ଭ ହୋଇଛି ନିର୍ମାଣ କାମ । ଭୋଇ ସେବକମାନେ ସେମାନଙ୍କ କାମ ଆରମ୍ଭ କରିଛନ୍ତି । ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଗ୍ରୀନ୍ ସିଗନାଲ୍ ଦେବା ପରେ କାମ ଆରମ୍ଭ ହୋଇଛି।
{"id":266445,"sizeSlug":"large"}ଗତକାଲି କେନ୍ଦ୍ର ସରକରଙ୍କ ଅନୁମତି ମିଳିବା ପରେ ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ରଥ ନିର୍ମାଣ ନେଇ ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁ ଦିନ ରଥ ଖରାରେ ରଥ ନିର୍ମାଣ କାମ ଚାଲିବ । ସାମାଜିକ ଦୂରତାରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି ।
{"id":266446,"sizeSlug":"large"}ତେବେ ରଥ ଖଳାରେ ଧାର୍ମିକ ଏକତ୍ରିକରଣ ହୋଇପାରିବ ନାହିଁ । ସାମାଜିକ ଦୂରତା ବଜାୟ ରଖି ହୋଇପାରିବ ରଥ ନିର୍ମାଣ କାମ । ତେବେ ରଥଯାତ୍ରା ହେବ କି ନାହିଁ ସେତେବେଳର ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର ।