ନୂଆଦିଲ୍ଲୀ ୧୧।୭: ଦିଲ୍ଲୀ ସରକାର ପାଖାପାଖି ୧୩ ବର୍ଷ ପରେ ଯାନବାହନ ପ୍ରଦୁଷଣ ଯାଞ୍ଚ ଦର ସଂଶୋଧନ କରିଛନ୍ତି। ଏଥିରେ ପେଟ୍ରୋଲ, ସିଏନଜି,ଏଲପିଜି( ଜୈବ ଇନ୍ଧନ) ଦୁଇ ଓ ୩ ଚକିଆ ବାହନ ନିମନ୍ତେ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ (ପିୟୁସି) ସାର୍ଟିଫିକେଟ ନିମନ୍ତେ ଦର ସଂଶୋଧିତ ହୋଇଥିବା ବେଳେ ୪ ଚକିଆ, ୬ ଚକିଆ ଓ ୧୦ ଚକିଆ ବାହନ ପାଇଁ ଦର ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ବାହନ ପିୟୁସି କରିବା ପାଇଁ ଦିଲ୍ଲୀରେ ନୂଆ ଦର ଦେବାକୁ ପଡିବ।
ସଂଶୋଧନ ଅନୁସାରେ ଏଣିକି ୨ ଓ ୩ ଚକିଆ ବାହନ ନିମନ୍ତେ ପିୟୁସି କରିବା ପାଇଁ ୮୦ ଟଙ୍କା ଦେବାକୁ ପଡିବ। ସେହିପରି ପେଟ୍ରୋଲ, ସିଏନଜି ଚାରି ଚକିଆ ବା ଏହାଠୁ ଉପରକୁ ବାହନ ନିମନ୍ତେ ପିୟୁସି ନିମନ୍ତେ ୧୧୦ ଟଙ୍କା ପୈଠ କରିବାକୁ ପଡିବ। ଏହା ଛଡା ଡିଜେଲରେ ଚାଲୁଥିବା ବାହନ ନିମନ୍ତେ ୧୪୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି। ୨୦୧୧ ମସିହାରେ ଏହି ଦର କ୍ରମଶଃ ୬୦, ୮୦ ଓ ୧୦୦ ଟଙ୍କା ଥିଲା। ୨୦୦୫ରେ ସରକାର ଦର ପରିବର୍ତ୍ତନ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ପ୍ରଦୂଷଣ କରୁଥିବା ବାହନ ନିୟନ୍ତ୍ରଣ ନିମନ୍ତେ ଦିଲ୍ଲୀ ପରିବହନ ବିଭାଗ ସମୟସମୟରେ ବାହନର ପ୍ରଦୂଷଣ ଯାଞ୍ଚ କରନ୍ତି। ଯେଉଁ ବାହନର ବୈଧ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନଥାଏ ସର୍ବାଧିକ ୧୦,୦୦୦ ଟଙ୍କା ଜରିମନା ହୋଇଥାଏ। ୨୦୦୫ ମସିହାରେ ଦିଲ୍ଲୀ ସରକାର ଶେଷ ଥର ପିୟୁସି ଦର ନିର୍ଦ୍ଧାରଣ କରିଥିଲେ। ଦୀର୍ଘ ୧୩ ବର୍ଷ ପରେ ସରକାର ଏବେ ଏହି ଦର ସଂଶୋଧନ କରିଛନ୍ତି।