୬୮ ବର୍ଷ ପରେ ପୁଣି ଘରକୁ ଫେରିଲା ‘ଏୟାରଇଣ୍ଡିଆ’, tweet ରେ ଏପରି ଖୁସି ବ୍ୟକ୍ତ କଲେ ରତନ ଟାଟା

Published By : Prameya-News7 Bureau | October 08, 2021 IST

ମୁମ୍ବାଇ ୮।୧୦:  ଦୀର୍ଘ ୬୮ ବର୍ଷ ପରେ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ ଫେରି ପାଇଛି। ଜାତୀୟ ବିମାନ ପରିବହନକୁ ପୁଣି ଘରକୁ ଫେରାଇ ନେବା ଲାଗି ଟାଟା ସନ୍ସ୍ ୧୮ ହଜାର କୋଟି ଟଙ୍କାର ବୋଲି ଲଗାଇଥିଲେ। ଏୟାର ଇଣ୍ଡିଆ ବିଡ୍ ଜିତିବା ପରେ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟା ଟ୍ୱିଟ୍‌ କରି ‘ଏୟାର ଇଣ୍ଡିଆକୁ ପୁଣି ସ୍ୱାଗତ’ ବୋଲି ଉଲ୍ଲେଖ କରିଛନ୍ତି। ଏୟାରଲାଇନ ଲାଗି ମଜଭୁତ ବଜାର ଅବସର ସୃଷ୍ଟି କରିଥାଏ। ତେବେ ଋଣ ବୋଝରେ ଭାରାକ୍ରାନ୍ତ ଏୟାର ଇଣ୍ଡିଆକୁ ପୁଣି ଥରେ ସ୍ୱଭାବିକ କରିବା ଲାଗି ଉଦ୍ୟମ କରିବାକୁ ହେବ ବୋଲି ସେ କହିଛନ୍ତି।

ଏକ ବିବୃତ୍ତିରେ ଟାଟା କହିଛନ୍ତି ଯେ ଏୟାର ଇଣ୍ଡିଆକୁ ନିଲାମରେ ଜିତିବା ଟାଟା ଗ୍ରୁପ ଲାଗି ବାସ୍ତବିକ ଏକ ବଡ଼ ଖବର। ତେବେ ଋଣରେ ବୁଡି ରହିଥିବା ଏୟାର ଇଣ୍ଡିଆକୁ ପୁଣି ଥରେ ସ୍ୱଭାବିକ କରିବା ଲାଗି ଅଥକ ପ୍ରୟାଶ କରିବାକୁ ହେବ।  ହେଲେ ବିମାନ ଉଦ୍ୟୋଗରେ ଟାଟା ସମୂହର ଉପସ୍ଥିତି ଏୟାର ଇଣ୍ଡିଆକୁ ପୁଣି ମଜଭୁତ ବଜାର ଅବସର ପ୍ରଦାନ କରିବ। ଏୟାର ଇଣ୍ଡିଆ ନିଲାମ ନେଇ ସରକାର ଶୁକ୍ରବାର କହିଛନ୍ତି ଯେ ଟାଟା ସନସ୍ ଙ୍କ ସ୍ପେଶିଆଲ ପର୍ପୋଜ ୟୁନିଟି ଏହି ଅଧିଗ୍ରହଣ ଲାଗି ସ୍ପାଇସ୍ ଜେଟ୍ ପ୍ରବର୍ତ୍ତକ ଅଜୟ ସିଂହଙ୍କ ଗ୍ରୁପକୁ ପଛରେ ପକାଇଛନ୍ତି। ଏହା ସହ ଏୟାର ଇଣ୍ଡିଆ ପୁଣି ଥରେ ଟାଟାଙ୍କ ନିକଟକୁ ଫେରିଯାଇଛି।

wp:embed {"url":"https://twitter.com/RNTata2000/status/1446431109122650118","type":"rich","providerNameSlug":"twitter","responsive":true}
https://twitter.com/RNTata2000/status/1446431109122650118
/wp:embed

ଭାରତରେ ଟାଟା ପ୍ରଥମେ ଏୟାରଲାଇନ୍ସର ସ୍ଥାପନା କରିଥିଲେ। ତେବେ ପରେ ଏହାର ଜାତୀୟକରଣ କରିଦିଆଯାଇଥିଲା। ଏକ ସମୟରେ ଜେ.ଆର.ଡି. ଟାଟାଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆ ବିଶ୍ୱର ଏକ ପ୍ରତିଷ୍ଠିତ ଏୟାରଲାଇନ୍ସ ଭାବେ ଉଭା ହୋଇପାରିଥିଲା। ଟାଟାଙ୍କୁ ଏହାର ପ୍ରତିଷ୍ଠା ଓ ଛବି ପୁଣି ଫେରାଇ ଆଣିବା ଲାଗି ନୂଆ ଅବସର ପ୍ରଦାନ କରିବ। ଯଦି ଆମ ଗହଣରେ ଆଜି ଜେ.ଆର.ଡି.ଟାଟା ଥାନ୍ତେ ନିଶ୍ଚିତ ବହୁତ ଖୁସି ହୋଇଥାନ୍ତେ ବୋଲି ରତନ ଟାଟା କହିଛନ୍ତି। ଏଥିଲାଗି ଟାଟା କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟଯେ ଜାହାଙ୍ଗୀର ରତନଜୀ ଦାଦାଭାଇ (ଜେ.ଆର.ଡି) ଟାଟା ୧୯୩୨ ମସିହାରେ ଏୟାର ଲାଇନସର ସ୍ଥାପନା କରିଥିଲେ। ସେବେ ଏହାକୁ ଟାଟା ଏୟାରଲାନ୍ସ କୁହାଯାଉଥିଲା। ଅନ୍ତର୍ଜାତୀୟ ସେବାରେ  ଦେଶର ଏହା ସାର୍ବଜନିକ ଓ ଘରୋଇ ଭାଗିଦାରୀର ପ୍ରଥମ ଉପକ୍ରମ ଥିଲା। ଏଥିରେ ସରକାରଙ୍କର ୪୯ ପ୍ରତିଶତ ଭାଗିଦାରୀ ଥିବା ବେଳେ ଟାଟା ୨୫ ଓ ବାକି ଅଂଶିଦାରୀ ଦେଶର ଜନତାଙ୍କ ଥିଲା। ଏହା ପରେ ଏୟାର ଇଣ୍ଡିଆର ଘରୋଇ ଭାଗିଦାରୀ ସରକାର ହାତେଇ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.