LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଇନଷ୍ଟାରେ ଗୋଟେ ପ୍ରୋଫାଇଲକୁ ଫଲୋ କରନ୍ତି ରତନ ଟାଟା, ଜାଣନ୍ତୁ କ’ଣ ରହିଛି ସେହି ପ୍ରୋଫାଇଲରେ…

29/03/2023 at 9:10 AM

ନୂଆଦିଲ୍ଲୀ ୨୯।୦୩; ରତନ ଟାଟା । ଏ ନାଁକୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ଏପରି ଜଣେ ବ୍ୟକ୍ତିତ୍ୱ, ଯାହାଙ୍କ ନାଁ ପ୍ରାୟ ସମସ୍ତଙ୍କୁ ଜଣା । ସୋସିଆଲ ମିଡିଆରେ ରତନ ଟାଟାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି । ତାଙ୍କ ଇନଷ୍ଟାଗ୍ରାମରେ 8.5 ନିୟୁତ ଫଲୋଅର୍ସ ଥିବା ବେଳେ ଟ୍ୱିଟରରେ 12.4 ନିୟୁତ ଅଛନ୍ତି ଫଲୋଅର୍ସ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ରତନ ଟାଟା ବହୁତ କମ୍ ଲୋକଙ୍କୁ ଫଲୋ କରନ୍ତି । ସେ ଟ୍ୱିଟରରେ ୨୭ଜଣଙ୍କୁ ଏବଂ ଇନଷ୍ଟାଗ୍ରାମରେ କେବଳ ଜଣଙ୍କ ପ୍ରୋଫାଇଲକୁ କରନ୍ତି ଫଲୋ ।

ବାସ୍ତବରେ ରତନ ଟାଟା ଏକ ଧାର୍ମିକ ସଂସ୍ଥା ଟାଟା ଟ୍ରଷ୍ଟକୁ ଫଲୋ କରନ୍ତି । ଯେଉଁ ସଂସ୍ଥା ରତନ ଟାଟାଙ୍କ ଅଧିନରେ ରହିଛି । 1919 ରେ ପ୍ରତିଷ୍ଠା ହୋଇଥିବା ଏହି ଟ୍ରଷ୍ଟ ହେଉଛି ଭାରତର ସର୍ବ ପୁରାତନ ଫାଉଣ୍ଡେସନ । ଖବର ଅନୁଯାୟୀ ଟାଟା ଟ୍ରଷ୍ଟର ଏହି ଫାଉଣ୍ଡେସନ 1892 ମସିହାରେ ଗଠିତ ହୋଇଥିଲା । ଏହାର ୬୬ ପ୍ରତିଶତ ଅଂଶଧନ ଟାଟା ଟ୍ରଷ୍ଟ ଦ୍ୱାରା ପରିଚାଳିତ । ଏହାଦ୍ବାରା ଦାନ ପାଇଁ ପାଣ୍ଠିର ଅଭାବ ନଥାଏ ।

କେବଳ ଟାଟା ଟ୍ରଷ୍ଟ ନୁହେଁ, ଜେଏନ୍ ଟାଟା ଏଣ୍ଡୋମେଣ୍ଟ, ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ, ସାର୍ ରତନ ଟାଟା ଟ୍ରଷ୍ଟ, ଲେଡି ଟାଟା ମେମୋରିଆଲ୍ ଟ୍ରଷ୍ଟ, ଲେଡି ମେହେରବାଇ ଡି ଟାଟା ଶିକ୍ଷା ଟ୍ରଷ୍ଟ ଇତ୍ୟାଦି ରହିଛି ଏହି ଟ୍ରଷ୍ଟ୍ ଅଧିନରେ । ଏପରି ଅନେକ ଟ୍ରଷ୍ଟ ଅଛି ଯାହା ଦଶନ୍ଧି ଧରି ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ସୁରକ୍ଷା, ସମ୍ପ୍ରଦାୟର ବିକାଶ କାର୍ଯ୍ୟ କରିଆସୁଛି । 

ସ୍ବାଧିନତାର ବହୁ ପୂର୍ବରୁ ଦେଶ ବିଷୟରେ ଚିନ୍ତା କରିବା ଆରମ୍ଭ କରିଥିଲା ଟାଟା ଗ୍ରୁପ୍ । ସେଥିପାଇଁ ଜାମସେଦ ଜୀ ଟାଟା 1898 ମସିହାରେ କରିଥିଲେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ବ୍ଲୁ ପ୍ରିଣ୍ଟ । ଯାହାର ଉଦ୍ଦେଶ୍ୟ ଥିଲା ଅତ୍ୟାଧୁନିକ ବିଜ୍ଞାନ ଶିକ୍ଷା ବ୍ୟବସ୍ଥା । ଏହି ଟ୍ରଷ୍ଟ ପାଇଁ ଜାମସେଦ ଜୀ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିର ଅଧା ଦାନ କରିଥିଲେ । ଯେଉଁଥିରେ ମୁମ୍ବାଇର 14 ଟି କୋଠା ଏବଂ ୪ଟି ଜମି ଥିଲା । ପରେ ମଇସୁରର ରାଜା ବେଙ୍ଗାଲୁରୁରେ 300 ଏକର ଜମି ଦେଇଥିଲେ ।

   Related Posts