ନିଜର ବଡ ସିକ୍ରେଟ୍‌ ସେୟାର କଲେ ରତନ ରାଜପୁତ୍‌, କହିଲେ-ଅନ୍ୟର ଖୁସି ସହି ପାରେନି

Published By : Prameya-News7 Bureau | August 13, 2022 IST

ମୁମ୍ବାଇ ୧୩।୦୮: ସନ୍ତୋଷୀ ମା’ ଫେମ୍ ରତନ ରାଜପୁତ। ଅଗଲେ ଜନମ୍‌ ମୋହେ ବିଟିଆ ଓ ସ୍ଵୟଂବର କରି ଲୋକପ୍ରୟ ହୋଇପାରିଛନ୍ତି। ବର୍ତ୍ତମାନ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ନିକଟରେ ସେ ନିଜ ବିଷୟରେ ଏକ ଖୁଲାସା କରିଛନ୍ତି। ଅଭିନେତ୍ରୀ ଏପରି ଖୁଲାସା କରିଛନ୍ତି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଚକିତ ହୋଇଯିବେ। ଏହା ମଧ୍ୟ ହୋଇପାରେ, ରତନଙ୍କ କଥା ଶୁଣିବା ପରେ ହୁଏତ କିଛି ଲୋକ ତାଙ୍କ ବିଷୟରେ ସେମାନଙ୍କର ଚିନ୍ତାଧାରା ପରିବର୍ତ୍ତନ କରିନେବେ।

ଏକ ସାକ୍ଷାତକାରରେ ରତନ କହିଛନ୍ତି, ଅନ୍ୟମାନଙ୍କ ସଫଳତା ଦେଖି ସେ ଈର୍ଷା କରନ୍ତି। ଭିଡିଓରେ ଅଭିନେତ୍ରୀ ନିଜ ସହ ଜଡିତ କିଛି ପ୍ରକାଶ କରୁଥିବା ନଜର ଆସିଛନ୍ତି। ରତନଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହିଛନ୍ତି ତାଙ୍କ ପରାଜୟ ଅପେକ୍ଷା ଅଧିକ ଈର୍ଷା କାରଣରୁ ଚିନ୍ତିତ ରୁହନ୍ତି। ଏହି ଭିଡିଓ ଦେଖିବା ପରେ ଲୋକମାନେ ବୋଧହୁଏ ଜଜ୍ କରିବା ଆରମ୍ଭ କରିବେ। ସେ ମହାନ ହେବାକୁ ବହୁତ ଚେଷ୍ଟା କରିଛନ୍ତି, କିନ୍ତୁ ହୋଇ ପାରିନାହାଁନ୍ତି।

ଅଭିନେତ୍ରୀ କହିଛନ୍ତି, ଯଦି ସେ କୌଣସି ପରୀକ୍ଷାରେ ବିଫଳ ହୁଅନ୍ତି ଏବଂ ଅନ୍ୟ କେହି ପାସ୍ ହୋଇ ଯାଆନ୍ତି, ତେବେ ସେ ନିଜକୁ ବହୁତ ଖରାପ ଅନୁଭବ କରନ୍ତି। ଏହାର ଅର୍ଥ ସେ ଅନ୍ୟମାନଙ୍କ ଖୁସି ଦେଖି ସହି ପାରନ୍ତି ନାହିଁ। ରତନ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ଭିତରେ ବହୁତ ଈର୍ଷା ଅଛି, ଯାହା ବିଷୟରେ ସେ ଆଦୌ ଭଲ ଅନୁଭବ କରନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.