ତାଜ ମହଲ ପରିସରରୁ ଉଦ୍ଧାର ହେଲା ୫ ଫୁଟର ସାପ
25/08/2020 at 3:44 PM

ଆଗ୍ରା ୨୫/୦୮ : ତାଜ ମହଲ ପରିସରରେ ସାପ ବାହାରିବାରୁ ହଇଚଇ ସୃଷ୍ଟି ହୋଇଛି | ତାଜ ମହଲ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ସିଆଇଏସଏଫ ଯବାନ ସାପ ବାହାରିବା ପରେ ଆଲର୍ଟ ହୋଇ ତୁରନ୍ତ ବନ୍ୟା ବିଭାଗକୁ ସୂଚନା ଦେଇଥିଲେ | ପରିସରରୁ ଏକ ୫ ଫୁଟ ଲମ୍ବର Rat Snake ବାହାରିଥିଲା | ୫ ଦିନ ପୂର୍ବରୁ ତାଜ ମହଲରେ ପାଣି କୁଲର ନିକଟରେ ଅଜଗର ସାପ ଉଦ୍ଧାର ହୋଇଥିଲା | କରୋନା ମହାମାରୀ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ହେତୁ ତାଜ ମହଲ ବନ୍ଦ ରହିଥିଲା | ଖୋଲିବା ପରେ ସାପ ଏବଂ ଅନ୍ୟାନ୍ୟ ଜୀବଜନ୍ତୁ ବାହାରିବା ଜାରି ରହିଛି | ଏସଓଏସ ଟିମ ସାପକୁ କାବୁ କରି ଜଙ୍ଗଲରେ ଛାଡି ଦେଇଥିଲେ |

ଏସଓଏସ ମିଡ଼ିଆ ପ୍ରଭାରୀ ଅର୍ଣ୍ଣିତା କହିଛନ୍ତି ଯେ ବନ୍ଦ ଥିବାରୁ ତାଜ ମହଲ ପରିସରରେ ଜୀବଜନ୍ତୁ ଘର କରିଦେଲେଣି | ସୋମବାର ସନ୍ଧ୍ୟାରେ ତାଜ ମହଲ ପରିସରରେ ଲାଲ ବିଲଡିଂ ପୋଲିସ ଚେକ ପୋଷ୍ଟ କୋଠରୀ ଭିତରୁ ରେଟ ସ୍ନେକ ଉଦ୍ଧାର ହୋଇଥିଲା | ଗତ ସପ୍ତାହରେ ତାଜ ମହଲ ପଶ୍ଚିମ ଫାଟକ ତାଜ ମ୍ୟୁଜିୟମ ବାହାରେ ୭ ଫୁଟ ଲମ୍ବ ଅଜଗର ସାପ ଉଦ୍ଧାର ହୋଇଥିଲା |