ଓଡିଶାରୁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ୍, ଗଣତନ୍ତ୍ର ଦିବସରେ ମିଳିବ ସମ୍ମାନ
25/01/2023 at 2:05 PM

ଭୁବନେଶ୍ୱର ୨୫।୦୧ : ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ୍ ମେଡାଲ । ଶୁକ୍ରବାର ଗଣତନ୍ତ୍ର ଦିବସରେ ୯୦୧ ଜଣଙ୍କୁ ମିଳିବ ପୋଲିସ ମେଡାଲ୍। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପୋଲିସ ମେଡାଲ୍। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଡି.ଏସ୍ କୁଟ୍ଟେ ଏବଂ କନଷ୍ଟେବଲ ପ୍ରହଲ୍ଲାଦ ରାଉତ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ ।
ଖବର ଅନୁଯାୟୀ, ସାରା ଦେଶରୁ ୯୦୧ ଜଣ ରାଷ୍ଟ୍ରପତି ପୋଲିସ ମେଡାଲ ପାଇଁ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୦ ଜଣଙ୍କୁ ସାହସିକତା ପାଇଁ ପୋଲିସ ମେଡାଲ୍ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ ୯୩ ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ।
ସେହିପରି ଉଲ୍ଲେଖନୀୟ ସେବା ପାଇଁ ୬୬୮ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯିବ। ଏନେଇ ଓଡ଼ିଶା ପକ୍ଷରୁ ଟ୍ବିଟ୍ କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଡି.ଏସ୍ କୁଟ୍ଟେଙ୍କୁ ଶୁଭେଚ୍ଛା ଜଣାଯାଇଛି। ଡି.ଏସ୍ କୁଟ୍ଟେଙ୍କ କାର୍ଯ୍ୟରେ ନିଷ୍ଠାପରତା, କର୍ତ୍ତବ୍ୟପରାୟଣତା ଓ ନେତୃତ୍ବ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବାରୁ ଶୁଭେଚ୍ଛା ଜଣାଯାଇଛି।