ପଂଚଲିଙ୍ଗେଶ୍ୱର ପୀଠରେ ଆମିଷ ବର୍ଜନ ଦାବିରେ ନୀଳଗିରିରେ ରାସ୍ତାରୋକ

Published By : Prameya-News7 Bureau | October 08, 2018 IST

ବାଲେଶ୍ୱର ୮/୧୦ : ବାଲେଶ୍ଵର ଜିଲ୍ଲା ନୀଳଗିରି ସନ୍ତରାଗଡ଼ିଆ ମୁଖ୍ୟରାସ୍ତା କେଳାପଦା ଛକରେ ରାସ୍ତାରୋକ ହୋଇଛି । ପଂଚଲିଙ୍ଗେଶ୍ୱର ପୀଠରେ ଆମିଷ ବର୍ଜନ, ସୁରକ୍ଷା ବ୍ୟବସ୍ଥା, ଅଂଚଳରେ ବେଆଇନ ଇଟାଭାଟି ସହ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ଏହି ରାସ୍ତା ରୋକ କରାଯାଇଛି । ପୀଠର ଜଣେ ବାବା କମଳ ଲୋଚନ ମହାପ୍ରଭୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରି ରାସ୍ତାରୋକ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ରାସ୍ତାରୋକ କରାଯିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.