ଆଠମଲ୍ଲିକ ୩୧/୧୦: ଆଠମଲ୍ଲିକ ବୌଦ୍ଧ ରାସ୍ତା କୁନ୍ଦନାଳୀ ଛକରେ ରାସ୍ତା ରୋକ । କୁନ୍ଦନାଳୀ ଗ୍ରାମର ଦୁଇ ନମ୍ବର ପାଚିକା ସହାୟିକା ନିଯୁକ୍ତିରେ ଅନିୟମିତତାକୁ ନେଇ ଗାଁ ମହିଳା ମାନେ ରାସ୍ତା ରୋକ କରିଛନ୍ତି ।
ସକାଳ ୬ଟାରୁ ଗାଁର ଶତାଧିକ ମହିଳା ରାସ୍ତାରୋକ କରିବା ଫଳରେ ଆଠମଲ୍ଲିକରୁ ବୌଦ୍ଧ ଓ ସମ୍ବଲପୁରୀ ଯାଉଥିବା ଅନେକ ଯାନବାହନ ରାସ୍ତାରେ ଅଟକି ରହିଛି । ଘଟଣା ସ୍ଥାନରେ ଆଠମଲ୍ଲିକ ତହସିଲଦାର ପହଂଚି ମହିଳାଙ୍କୁ ବୁଝାସୁଝା କରୁଛନ୍ତି ।
ସୂଚନା ଥାଉକି, କୁନ୍ଦନାଳୀ ଗ୍ରାମରେ ପାଚିକା ଓ ସହାୟିକା ନିଯୁକ୍ତିରେ ବ୍ୟାପକ ଅନିୟମିତତା କରାଯାଉଛି । ଏନେଇ ବାରମ୍ୱାର ଅଭିଯୋଗ ପରେ ବି ପ୍ରଶାସନ ଶୁଣୁନଥିଲା । ଶେଷରେ ବାଧ୍ୟ ହୋଇ ଗାଁର ମହିଳାମାନେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।