ରେସଲିଂରେ ଭାରତର ଶେଷ ଆଶା ବଜରଙ୍ଗ, କାଜାଖସ୍ତାନର ଏର୍ଣ୍ଣାଜାରଙ୍କୁ ଦେବେ ଟକ୍କର

Published By : Prameya-News7 Bureau | August 06, 2021 IST

ଟୋକିଓ, ୦୬/୦୮: ଚଳିତଟୋକିଓ ଅଲିମ୍ପିକ୍ସର ୧୫ତମ ଦିବସ ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଶୁକ୍ରବାର ନଜରରେ ରହିବେ ଭାରତୀୟ ମହିଳା ହକି ଦଳ ଓ ରେସଲର ବଜରଙ୍ଗ ପୁନିଆ । ମହିଳା ଦଳ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ବ୍ରିଟେନକୁ ଭେଟିବ । ଏହି ମ୍ୟାଚ୍‌ ଜିତି ଭାରତୀୟହକି ଇତିହାସରେ ଆଉ ଏକ ସ୍ମରଣୀୟ ଫର୍ଦ୍ଦ ଯୋଡିବ । ରେସଲିଂରେ ଭରତ ପାଇଁ ବଜରଙ୍ଗ ଶେଷ ଆଶା । ରବି ରୌପ୍ୟ ପଦକ ଜିତି ଅବିଶ୍ୱସନୀୟ ସଫଳତା ଅର୍ଜନ କରିଥିଲେ ହେଁ ଦୀପକ ପୁନିଆ ଓ ଭିନେଶ ଫୋଗଟ ନିରାଶ କରିଥିଲେ । ତେଣୁ ବଜରଙ୍ଗ ଭାରତ ପାଇଁ ଆଉ ଏକ ପଦକ ଜିତିବାକୁ ଚେଷ୍ଠା କରିବେ ।

୬୫ କିଲୋ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବଜରଙ୍ଗ ଶୁକ୍ରାବର ଦିନ କାଜାଖସ୍ତାନର ଏର୍ଣ୍ଣାଜାର ମକ୍‌ମାତାଲିଏଭଙ୍କୁ ଭେଟିବେ । ସକାଳ ୮ଟା ୪୯ ମିନିଟ୍‌ରେ ବଜରଙ୍ଗ ପୁନିଆଙ୍କ ମ୍ୟାଚ୍ ରହିିଛି

ସେହିପରି ମହିଳା ୫୦ କିଲୋ ବର୍ଗରେ ସୀମି ବିସଲାଟ୍ୟୁନିସିଆର ସାରା ହମଦିଙ୍କୁ ଭେଟିବେ ।୫୦କିଲୋ ମିଟର ରେସ୍‌ ୱାଗଇଭେଣ୍ଟରେ ଗୁରପ୍ରୀତ ସିଂହ, ମହିଳା ୨୦କିଲୋ ମିଟର ରେସ ୱାକ ଇଭେଣ୍ଟରେ ଭାବନା ଓ ପ୍ରିୟଙ୍କା ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ବ୍ୟତୀତ ପୁରୁଷ ୪ଗୁଣା ୪୦୦ମିଟର ରିଲେ ଦଳ ପଦକ ସ୍ୱପ୍ନ ପୂରଣପାଇଁ ପ୍ରୟାସ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.