vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଅଭିନେତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ଼ : ତିନି ମାସର ଗର୍ଭବତୀ ଥିଲେ ରଶ୍ମିରେଖା, ପୁରୁଷ ବନ୍ଧୁ ଫେରାର

23/06/2022 at 8:22 AM

ଭୁବନେଶ୍ୱର ୨୩।୦୬: ଓଡ଼ିଆ ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଏହି ଖବର ଜଣାପଡ଼ିବା ପରେ ପୁଲିସ୍‌କୁ ସହଯୋଗ କରୁଥିବା ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଫେରାର ହୋଇଯାଇଛନ୍ତି । ତାଙ୍କୁ ଧରିବା ପାଇଁ ନୂଆପଲ୍ଳୀ ଥାନା ପୁଲିସ୍‌ ୨ଟି ଟିମ୍‌ ଗଠନ କରିଛି ।

ଖବର ଅନୁଯାୟୀ, ଗତ ଶନିବାର ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ହୋଇଥିଲା । ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଅଭିନେତ୍ରୀ ରଶ୍ମିରେଖା ୧୨ରୁ ୧୪ ସପ୍ତାହ ଗର୍ଭବତୀ ଥିଲେ । ଏ ସଂପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ଉକ୍ତ ରିପୋର୍ଟ ଗୁରୁବାର କମିଶନରେଟ୍‌ ପୁଲିସ୍‌କୁ ହସ୍ତାନ୍ତର କରାଯିବ । ଏହି ଘଟଣା ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି । ପୁଲିସ୍‌ ପୂର୍ବରୁ ଦେଇଥିବା ସୂଚନା ମୁତାବକ ରଶ୍ମିରେଖାଙ୍କ ମୃତ୍ୟୁର ୪୫ ଦିନ ପୂର୍ବରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍‌ ହୋଇଥିଲା । ସେଥିରୁ ଜଣାପଡୁଛି ରଶ୍ମିରେଖା ଗର୍ଭବତୀ ହେବାପରେ ଜିଦ୍‌ ଧରିଥିଲେ ବିଧିମତେ ବାହା ହେବାକୁ । ତେବେ ପୁରୁଷ ବନ୍ଧୁ ସନ୍ତୋଷ ରାଜି ନଥିଲେ ।

ସେଥିପାଇଁ କୋର୍ଟ ମ୍ୟାରେଜ୍‌ କରି ଥାଇପାରନ୍ତି । ଅନ୍ୟ ପକ୍ଷରେ ଏକାଠି ରହିବା ପରେ ପ୍ରଥମ ପ୍ରେମିକ ରାଜାଙ୍କ ସହ ରଶ୍ମିରେଖାଙ୍କ ମିଳାମିଶା, ଫୋନ୍‌ରେ କଥା ହେବା ସନ୍ତୋଷଙ୍କର ପସନ୍ଦ ନଥିଲା । ସନ୍ତୋଷ ଅନେକ ଥର ରଶ୍ମିରେଖାଙ୍କ ଚରିତ୍ର ସଂହାର କରିଥିଲେ । ଯାହାର କିଛି ଅଡିଓ ପୁଲିସ୍‌ ହାତରେ ଲାଗିଛି । ରଶ୍ମିରେଖା ଗର୍ଭବତୀ ଥାଇ କ’ଣ ପାଇଁ ଆତ୍ମହତ୍ୟା କଲେ ସେ ବିଷୟରେ ପୁଲିସ୍‌ କିଛି ଟେର ପାଇନାହିଁ । ସବୁଠାରୁ ବଡ଼ କଥା ହେଲା ରଶ୍ମିରେଖାଙ୍କ ବାପା ଏ ବିଷୟରେ ଜାଣି ମଧ୍ୟ ପୁଲିସ୍‌କୁ କୌଣସି ସୂଚନା ଦେଇନଥିଲେ ।

ସେପଟେ ସନ୍ତୋଷ ସହ ପୁଲିସ୍‌ ଫୋନ୍‌ରେ ଯୋଗାଯୋଗ କରିଥିଲା । ସେ ରାଉରକେଲାରେ ଥିଲେ ବୋଲି ନୂଆପଲ୍ଲୀ ଥାନା ପୁଲିସକୁ କହିଥିଲେ । ସେ ଥାନାକୁ ଆସି ଏହି ମାମଲାରେ ପୁଲିସକୁ ସହାୟତା କରିବେ ବୋଲି ମଧ୍ୟ କହିଥିଲେ । ହେଲେ ଏବେ ସେ ଫେରାର ହୋଇଯାଇଛନ୍ତି । ତାଙ୍କ ଫୋନ ସ୍ୱିଚ୍‌ ଅଫ୍‌ ଅଛି । ତାଙ୍କର କୌଣସି ପତ୍ତା ମିଳୁନାହିଁ । ଯାହାକୁ ନେଇ ପୁଲିସ୍‌ ପାଇଁ ସମସ୍ୟା ବଢ଼ିଛି । ସନ୍ତୋଷ ଧରାପଡିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି । ଅନ୍ୟ ପକ୍ଷରେ ରାଜା ମଧ୍ୟ ଏପର୍ଯ୍ୟନ୍ତ ଥାନାକୁ ଆସିନାହାନ୍ତି ।

   Related Posts