ଫିଲ୍ମ ‘ଆନିମଲ୍’ରୁ ରଶ୍ମିକାଙ୍କ ଫାଷ୍ଟ ଲୁକ୍ ଆଉଟ୍, ଏହି ଦିନ ରିଲିଜ ହେବ ଟିଜର
23/09/2023 at 1:40 PM

ମୁମ୍ଵାଇ ୨୩।୦୯: ବଲିଉଡ ଅଭିନେତା ରଣବୀର କପୁର। ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଚଳଚ୍ଚିତ୍ର ନିର୍ମାତାମାନେ ଗୋଟିଏ ପରେ ଗୋଟିଏ ଷ୍ଟାର କାଷ୍ଟର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରୁଛନ୍ତି । ପ୍ରଥମେ ନିର୍ମାତା ଅନିଲ କପୁରଙ୍କ ଫାଷ୍ଟ ଲୁକ୍ ପୋଷ୍ଟର ସେୟାର କରିଥିଲେ। ବର୍ତ୍ତମାନ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ରଶ୍ମିକା ମଧ୍ୟ ଫାଷ୍ଟ ଲୁକ୍ ପୋଷ୍ଟର ସେୟାର କରିଛନ୍ତି। ଏହା ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ସ୍ତର ଦ୍ୱିଗୁଣିତ ହୋଇଛି ।
ପୋଷ୍ଟରରେ ରଶ୍ମିକାଙ୍କ ସିମ୍ପଲ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି । ରଶ୍ମିକା ଶାଢୀ ଏବଂ ମଙ୍ଗଲସୁତ୍ର ପିନ୍ଧି ଆଖି ତଳକୁ କରି ଅନାଇଛନ୍ତି। ତାଙ୍କ ମୁହଁରେ ସାମାନ୍ୟ ହସ ମଧ୍ୟ ଅଛି । ଏହି ପୋଷ୍ଟର ସେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ଆପଣଙ୍କ ଗୀତାଞ୍ଜଳି । ଏହାର ଅର୍ଥ ହେଉଛି ଫିଲ୍ମରେ ରଶ୍ମିକାଙ୍କ ଚରିତ୍ରର ନାମ ଗୀତାଞ୍ଜଳି ହେବାକୁ ଯାଉଛି। ରଶ୍ମିକା ରଣବୀର କପୁରଙ୍କ ସହ ‘ଆନିମଲ’ରେ ସ୍କ୍ରିନ୍ ସେୟାର କରୁଛନ୍ତି।
ତରଣ ଆଦର୍ଶ ମଧ୍ୟ ରଶ୍ମିକାଙ୍କ ପୋଷ୍ଟର ସେୟାର କରିଛନ୍ତି। ସେପ୍ଟେମ୍ବର ୨୮ ରେ ସକାଳ ୧୦ଟାରେ ଆନିମଲର ଟିଜର ରିଲିଜ ହେବ ବୋଲି ସେ ସୂଚନା ମଧ୍ୟ ସେୟାର କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ୍ ସନ୍ଦୀପ ରେଡ୍ଡୀ ଭଙ୍ଗା। ନିର୍ମାତା ପୂର୍ବରୁ ଅନିଲ କପୁରଙ୍କ ପ୍ରଥମ ଲୁକ୍ ପୋଷ୍ଟରକୁ ପ୍ରଶଂସକଙ୍କ ସହ ବାଲବୀର ସିଂ ଭାବରେ ସେୟାର କରିଥିଲେ। ଯେଉଁଥିରେ ଅନିଲ କପୁର ମଧ୍ୟ ଚମତ୍କାର ଦେଖାଯାଉଥିଲେ ।