ବିଜୟ ଏବଂ ତାଙ୍କ ପରିବାର ସହ ଦୁବାଇରେ ଛୁଟି କାଟୁଛନ୍ତି ରଶ୍ମିକା ! ଫଟୋ ଭାଇରାଲ
2/02/2023 at 3:02 PM

ମୁମ୍ଵାଇ ୦୨।୦୨: ସାଉଥ୍ ସୁନ୍ଦରୀ ରଶ୍ମିକା ମନ୍ଦାନା । ସୁପରଷ୍ଟାର ବିଜୟ ଦେବରକୋଣ୍ଡା। ଦୁହିଁଙ୍କୁ ଆଫେୟାର୍ସକୁ ନେଇ ବେଶ୍ ଚର୍ଚ୍ଚା । ଏହି ଗୁଜବ ଭିତରେ ପୁଣି ଥରେ ଏକାଠି ନଜର ଆସିଛନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି କି ଦୁହେଁ ଦୁହିଁଙ୍କ ପରିବାର ସହ ଦୁବାଇରେ ଭ୍ୟାକେସନ ଉପଭୋଗ କରୁଛନ୍ତି।
Virosh at Dubai #VijayDeverakonda #RashmikaMandanna pic.twitter.com/VDfyNhlkel
— Rashmika VijayDeverakonda 💕 (@Rashmikavijay8) January 30, 2023
ରଶ୍ମିକା ଏବଂ ବିଜୟଙ୍କ ଭାଇରାଲ ଫଟୋରେ ଅଭିନେତା ସେହି ପୋଷାକରେ ନଜର ଆସିଛନ୍ତି ଯାହାକୁ ସେ ନିଜ ପରିବାର ସହିତ କ୍ଲିକ୍ କରିଛନ୍ତି। ତାହା ପୁଣି ରଶ୍ମିକାଙ୍କ ସହ ଫଟୋରେ ଦେଖିବାକୁ ମିଳିଛନ୍ତି। ଶୁଣିବାକୁ ମିଳୁଛି ଯେ ରଶ୍ମିକା ବିଜୟ ଏବଂ ତାଙ୍କ ପରିବାର ଛୁଟିରେ ସାମିଲ ହୋଇଛନ୍ତି। ତେବେ ଫଟୋ ସତ୍ୟତା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ବିଜୟ ଏବଂ ରଶ୍ମିକାଙ୍କ ଡେଟିଂ ବିଷୟରେ ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛି। ତଥାପି, ଉଭୟ ନିଜ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି । କିଛି ମାସ ପୂର୍ବରୁ, ଏକ ସ୍ୱତନ୍ତ୍ର ସାକ୍ଷାତକାର ସମୟରେ, ରଶ୍ମିକା ସେୟାର କରିଥିଲେ ଯେ ସେ ବିଜୟଙ୍କ ଅତି ନିକଟତର ।
ରଶ୍ମିକା ଏବଂ ବିଜୟଙ୍କ ୱାର୍କଫ୍ରଣ୍ଟ
ଏହି ସମୟରେ, ୱାର୍କ ଫ୍ରଣ୍ଟରେ, ରଶ୍ମିକାଙ୍କ ଶେଷ ରିଲିଜ୍ ‘ମିଶନ୍ ମଜନୁ’ ସିନେମା ପ୍ରେମୀ ଏବଂ ସମାଲୋଚକମାନଙ୍କ ଠାରୁ ଭଲ ସମୀକ୍ଷା ଗ୍ରହଣ କରିଛି। ସିଦ୍ଧାର୍ଥ ମଲହୋତ୍ରା ଶାନ୍ତନୁ ବାଗଚିଙ୍କ ନିର୍ଦ୍ଦେଶିତ ‘ମିଶନ୍ ମଜନୁ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଜାନୁଆରୀ ୨୦ ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରଦର୍ଶିତ ହୋଇଥିଲା। ଅନ୍ୟପକ୍ଷରେ ରଶ୍ମିକା ଖୁବ ଶୀଘ୍ର ରଣବୀର କପୁରଙ୍କ ସହ ‘ଆନିମଲ’ରେ ନଜର ଆସିବେ। ଅନ୍ୟପକ୍ଷରେ, ବିଜୟ ଦେବରାକୋଣ୍ଡା ଖୁବ୍ ଶୀଘ୍ର ସାମନ୍ଥା ରୁଥ ପ୍ରଭୃଙ୍କ ବିପକ୍ଷରେ କୁଶୀରେ ନଜର ଆସିବେ।