ରଶ୍ମିକାଙ୍କ ସହ ‘ସାମି ସାମି’ ଗୀତରେ ଜବରଦସ୍ତ ଠୁମକା ଲଗାଇଲେ ଗୋବିନ୍ଦା, ଭିଡିଓ ଭାଇରାଲ

Published By : Prameya-News7 Bureau | September 25, 2022 IST

ମୁମ୍ଵାଇ ୨୫।୦୯: 'ପୁଷ୍ପା' ଷ୍ଟାର ତଥା ନ୍ୟାସନାଲ କ୍ରସ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ନିକଟରେ କମେଡି ଷ୍ଟାର ଗୋବିନ୍ଦାଙ୍କୁ ଭେଟିବାର ସୁଯୋଗ ପାଇଥିଲେ। ଗୋବିନ୍ଦା ଏବଂ ରଶ୍ମିକାଙ୍କ ଜୁଗାଲବନ୍ଦି ଦେଖି ପ୍ରଶଂସକଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଥିଲା। ଦୁହିଁଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । କେବଳ ଏତିକି ହିଁ ନୁହେଁ ଗୀତରେ ଜବରଦସ୍ତ ଠୁମକା ଲଗାଇଛନ୍ତି। ଯାହାର  ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

wp:html /wp:html

ଏହି ଅବସରରେ DID ସୁପର ମମ୍ସର ଗ୍ରାଣ୍ଡ୍ ଫାଇନାଲର ମଞ୍ଚରେ ଗୋବିନ୍ଦାଙ୍କ ସହ ରଶ୍ମିକା ମନ୍ଦାନା ଅତିଥି ଭାବରେ ନଜର ଆସିବେ।  ଏହି ସମୟରେ ରଶ୍ମିକା ଏବଂ ଗୋବିନ୍ଦା ଦୁହେଁ ସାମି ସାମି ଗୀତରେ ଠୁମକା ଲଗାଇଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

କହିବାକୁ ଗଲେ ପୁଷ୍ପାଙ୍କ ପରେ ବର୍ତ୍ତମାନ ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ହିନ୍ଦୀ ଚଳଚ୍ଚିତ୍ରରେ ପାଦ ଦେବା ଆରମ୍ଭ କରିଛନ୍ତି। ରଶ୍ମିକା ମନ୍ଦନା ଖୁବ୍ ଶୀଘ୍ର ଅମିତାଭ ବଚ୍ଚନଙ୍କ ସହ ଗୁଡ ବାଏ ଫିଲ୍ମରେ କାମ କରୁଥିବା ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଏହା ବହୁତ ଭଲ ପ୍ରତିକ୍ରିୟା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.