scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜୟଙ୍କ ସହ ଦିୱାଲୀ ସେଲିବ୍ରେଟ୍‌ କଲେ ରଶ୍ମିକା ! ଫଟୋରୁ ଖୁଲାସା ହେଲା ଡେଟିଂ ଖବର

13/11/2023 at 12:10 PM

ମୁମ୍ଵାଇ ୧୩।୧୧: ଦୀର୍ଘ ଦିନ ଧରି ଦକ୍ଷିଣ ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ଚର୍ଚ୍ଚାରେ ଅଛନ୍ତି। ନିକଟରେ ବିଜୟ ଦେବରାକୋଣ୍ଡାଙ୍କୁ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଥିଲା। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ଏହି ସମୟରେ, ଦିୱାଲୀର ଏକ ଫଟୋ ସାମ୍ନାକୁ ଆସିଛି। ଯାହାକୁ ନେଇ ଡେଟିଂ ଗୁଜବ ମଧ୍ୟରେ ଦୃତି ଗତିରେ ବୃଦ୍ଧି ପାଉଛି ।

ରଶ୍ମିକା ଏବଂ ବିଜୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୀପାବଳି ଉତ୍ସବର ଫଟୋ ପୋଷ୍ଟ କରିଛନ୍ତି। ବିଜୟ ବାଣ ଫୁଟାଉଥିବା ବେଳେ ତାଙ୍କ ପରିବାର ସହ  ଫଟୋ ସେୟାର କରିଛନ୍ତି। ରଶ୍ମିକା ନିଜର ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ଅଭିନେତ୍ରୀ ଶାଢୀ ପିନ୍ଧିଛନ୍ତି। ବିଶେଷ କଥା ହେଉଛି ଉଭୟ ପୋଷ୍ଟର କ୍ୟାପସନ ସମାନ । ଏତିକି ନୁହେଁ ରଶ୍ମିକାଙ୍କ ଫଟୋରେ ବିଜୟଙ୍କ ଘରର ବ୍ୟାକ୍‌ଗ୍ରାଉଣ୍ଡ ଦେଖିବାକୁ ମିଳିଛି ।

ଏହାକୁ ଦେଖିବା ପରେ ପ୍ରଶଂସକମାନେ ଉଭୟଙ୍କୁ ଥଟ୍ଟା କରିବାର ସୁଯୋଗ ପାଇଯାଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି- ‘ମୁଁ ରଶ୍ମିକାଙ୍କ ପୋଷ୍ଟରେ ଏହି କ୍ୟାପସନ୍ ଦେଖିଛି । କଣ ଏହାକୁ ବନ୍ଧୁତା କୁହାଯାଏ। ଅନ୍ୟ ଜଣେ ଲେଖିଛନ୍ତି – ‘ରଶ୍ମିକା ଏବଂ ବିଜୟ ସମାନ ଲେଖିଛନ୍ତି। ଆଉ ଜଣେ ଲେଖିଛନ୍ତି- ‘କିଏ କିଏ ଭାବୁଛ ଯେ ସେମାନେ ବିଜୟଙ୍କ ଘରେ ଅଛନ୍ତି।

   Related Posts