ହିନ୍ଦୀ-ସାଉଥ୍‌ରେ ରଶ୍ମିକା ବ୍ୟସ୍ତ, ହାତରେ ଅଛି ୩ଟି ବଡ ଫିଲ୍ମ

Published By : Prameya-News7 Bureau | December 21, 2022 IST

ମୁମ୍ବାଇ ୨୧।୧୨: ରଣବୀର କପୁରଙ୍କ ସହ ଅପ୍‌କମିଙ୍ଗ ଫିଲ୍ମ‘ଆନିମଲ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି ‘ପୁଷ୍ପା’ ଗର୍ଲ ରଶ୍ମିକା ମନ୍ଦନା । ଗତ ୧୫-୨୦ ଦିନରୁ ସେ ମାୟା ନଗରୀରେ ରହି ସାଇନ୍‌ କରିଥିବା କିଛି ପ୍ରୋଜେକ୍ଟର କାମ ଶେଷ କରୁଛନ୍ତି । ଖୁବ୍‌ଶୀଘ୍ର ବିଜୟ ଥାଲାପାତିଙ୍କ ଅପୋଜିଟ୍‌ରେ ସାଉଥ୍‌ ଫିଲ୍ମ ‘ବାରିସୁ’ର ପ୍ରମୋଶନ୍‌ ଲାଗି ସେ ଚେନ୍ନାଈ ଯିବେ । ଇତିମଧ୍ୟରେ ‘ମିଶନ୍‌ ମଞ୍ଜୁ’ର ପ୍ରମୋଶନ୍‌ରେ ମଧ୍ୟ ନଜର ଆସିବେ ।

ଏବେ ସେ ଏହି ୩ଟି ପ୍ରୋଜେକ୍ଟ ମଧ୍ୟରେ ଛନ୍ଦି ହୋଇଛନ୍ତି ।  ନିକଟରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପୋଜିଟ୍‌ରେ ‘ମିଶନ୍‌ ମଞ୍ଜୁ’ର ପ୍ରମୋଶନ୍‌ ଲାଗି ସେ ଦିଲ୍ଲୀରେ ନଜର ଆସିଥିଲେ । ନିକଟରେ ତାଙ୍କର ବ୍ଲକ୍‌ବଷ୍ଟର୍‌ ହିଟ୍‌ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ର ୧ ବର୍ଷ ପୂରଣ ହୋଇଛି । ଏହି ମୁହୂର୍ତ୍ତକୁ ସେଲିବ୍ରେଟ୍‌ କରିବା ସହିତ ସୋସିଆଲ ମିଡିଆରେ ଫିଲ୍ମର କିଛି ଦୃଶ୍ୟ ସେ ଶେୟାର କରିଥିଲେ । ଫିଲ୍ମର ସଫଳତା ପାଇଁ ସହ-କଳାକାର ଅଲ୍ଲୁ ଅର୍ଜୁନ, ନିର୍ଦ୍ଦେଶକ ସୁକୁମାର ଓ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେଇଥିଲେ । ଉପରୋକ୍ତ ୩ଟି ଫିଲ୍ମ ସହିତ ‘ପୁଷ୍ପା’ର ସିକ୍ୱେଲ୍‌ରେ ନଜର ଆସିବେ ରଶ୍ମିକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.