Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ରଶ୍ମି ସାହୁଙ୍କୁ ଆଇଡବ୍ଲୁଇସି ଫାଉଣ୍ଡେସନ୍‌ର ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନ

19/11/2022 at 6:39 PM

ଭୁବନେଶ୍ୱର: ଓଡ଼ିଶାର କଟକସ୍ଥିତ ବିଶେଶ୍ୱର ଫୁଡ୍ସ (ଫାର୍ମ-ବି) ଉଦ୍ୟୋଗର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମି ସାହୁଙ୍କୁ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ମାନ । ଚଳିତ ବର୍ଷ ସ୍ପେନ୍‌ର ମାଦ୍ରିଦ୍‌ ଠାରେ ଆଇଡବ୍ଲୁଇସି ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ମହିଳା ଉଦ୍ୟୋଗୀ ସମାବେଶ ୨୦୨୨ ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶାର ଏକମାତ୍ର ସଫଳ ମହିଳା ଉଦ୍ୟୋଗୀଭାବେ ପ୍ରତିନିଧିତ୍ୱ କରିଥି ରଶ୍ମି ସାହୁ । 

ଅନେକ ପ୍ରତିଭାବାନ ମହିଳା ଉଦ୍ୟୋଗୀମାନଙ୍କୁ ନେଇ ସ୍ପେନ୍‌ରେ ଆୟୋଜିତ ଏହି ସମାବେଶରେ ସମଗ୍ର ଭାରତରୁ ମାତ୍ର ୩ ଜଣ ମହିଳା ଉଦ୍ୟୋଗୀ ସୁଯୋଗ ପାଇଥିଲେ । ଓଡ଼ିଶାର ଏକମାତ୍ର ମହିଳା ଉଦ୍ୟୋଗୀ ଭାବେ ରଶ୍ମି ସାହୁ  ଯୋଗ୍ୟ ବିବେଚିତ ହୋଇଥିଲେ । ଓଡ଼ିଶାର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ବିଶେୱ୍ର ଫୁଡ୍ସ ପ୍ରାଇଭେଟ୍‌ ଲି.ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶିକ ଭାବରେ ସେ ଚୟନ ପ୍ରକ୍ରିୟାରେ କୃତୀତ୍ୱ ଅର୍ଜନ କରିପାରିଥିଲେ ।

ଓଡ଼ିଶାର ନଂ୧ ମସଲା ଉଦ୍ୟୋଗ ତଥା ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ଉତ୍ପାଦନକାରୀ ଉଦ୍ୟୋଗ ରୁଚି ଫୁଡ୍‌ ଲାଇନ୍‌ର ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ବିଶିଷ୍ଟ୍ ଉଦ୍ୟୋଗପତି ଡ. ଶରତ କୁମାର ସାହୁଙ୍କ ସୁକନ୍ୟା ହେଉଛନ୍ତି ରଶ୍ମି ସାହୁ । ଚଳିତ ବର୍ଷର ସମ୍ମାନଜନକ ଆଇଡବ୍ଲୁଇସି ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ସମ୍ନାନ-୨୦୨୨ ନିଶ୍ଚୟ ତାଙ୍କ ପାଇଁ, ଓଡ଼ିଶା ପାଇଁ ଓ ସର୍ବୋପରି ଭାରତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ବୋଲି ସେ ପ୍ରକାଶ କରିଛନ୍ତି । ଏହି ପୁରଷ୍କାର ତାଙ୍କୁ ଆଗକୁ ବଢ଼ିବାରେ ନିଶ୍ଚୟ ପ୍ରେରଣା ଯୋଗାଇବା ସହ ଅନ୍ତର୍ଜାତୀୟ ବଜାରରେ ଫାର୍ମ-ବି, ଫ୍ରୋଜିଟ୍‌ ଓ ରୁଚିର ମାନକୁ ଆହୁରି ବୁଦ୍ଧି କରିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଶ୍ରୀମତି ସାହୁ ତାଙ୍କର ସଫଳତାର ଶ୍ରେୟ ନିଜର ପିତା ଡ. ଶରତ କୁମାର ସାହୁ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ୍‌ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଓଡ଼ିଶାରେ ମିଶନ ଶକ୍ତି ମାଧ୍ୟମରେ ମହିଳା ଉଦ୍ୟୋଗମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିଥିବାରୁ ସେ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ପରିଶେଷରେ ଏହି ଅନ୍ତର୍ଜାତୀୟ ପୁରଷ୍କାରକୁ ସେ ସାରା ଓଡ଼ିଶାବାସୀ ଓ ତାଙ୍କର ସହକର୍ମୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

   Related Posts