ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ରାଶିର ଗୃହିଣୀ ପରକୁ ଆପଣାର କରିବେ, ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କହାନୀ ଘଟିପାରେ

29/10/2022 at 6:47 PM

ମେଷ– କର୍ମକ୍ଷେତ୍ର ରେ ସମସ୍ୟା ର ସମ୍ମୁଖୀନ ହୋଇ ହଡବଡେଇ ଯାଇପାରନ୍ତି । ରବିବାର କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ର କରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପର ଲୋକଙ୍କ ସାହାର୍ଯ୍ୟ, ସହ-ଯୋଗ ବିଶେଷଭାବରେ ଅନୁଭୂତ ହେବ । ଯୁକ୍ତିଯୁକ୍ତ କଥା ଓ ନିରପେକ୍ଷ ନ୍ୟାୟ ପ୍ରଦାନ କରି ବନ୍ଧୁଗହଣରେ ବହୁ ଚର୍ଚ୍ଚିତ ହେବେ ।ଶୁଭ ରଙ୍ଗ ଗ୍ରୀନ୍ ।ଶୁଭଅଙ୍କ ୫ ।

 ଗୃହିଣୀ- ସୁସମ୍ପନ୍ନ ହେବେ ।

 ବ୍ୟବସାୟୀ- ବିଜୟୀ ହେବେ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ଅମାନିଆ ହୋଇପାରନ୍ତି ।

 ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ ।

 ଚାଷୀ- କର୍ମ ଲାଭଜନକ ହେବ ।

ବୃଷ– ପୁରାତନ ଗାଡି, ବ୍ୟବହୃତ ଜିନିଷ ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବେ । ଆକସ୍ମିକ ଅର୍ଥ ଲାଭ, ଶାରୀରିକ ସୁସ୍ଥତା , ବନ୍ଧୁଙ୍କ ପରାମର୍ଶ ଲାଭ କରି ଖୁସି ରହିବେ । ପ୍ରତି କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କରି ଖୁସି ରହିବେ । ଆତ୍ମୀୟଙ୍କ ଶତ୍ରୁତା ଓ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ସକାଶରୁ ଅନାମନା ରହିପାରନ୍ତି।  ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

 ଚାଷୀ- ସତର୍କରେ ଚାଳନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

 ଛାତ୍ରଛାତ୍ରୀ- ଯଶ ଅର୍ଜନ କରିବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 ଗୃହିଣୀ- ମିତ୍ର ସୁଖ ପାଇବେ ।

ମିଥୁନ – ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ । ବାହାର ଜାଗାରେ ସତର୍କତାର ସହ କାମ ନ କଲେ ବିବାଦ ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ପୂର୍ଣ୍ଣତଃ ଭଲ ନ ଥିଲେ ମଧ୍ୟ ନିୟନ୍ତ୍ରଣ ବାହାରକୁ ଯିବ ନାହିଁ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ଈର୍ଷାପରାୟଣତା ଆପଣଙ୍କ ପାଇଁ ସମସ୍ୟାର କାରଣ ପାଲଟି ଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

 ଗୃହିଣୀ- ସାଧୁ ସେବା ରେ ନିମଗ୍ନ ରହିବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।

 ରୋଗୀ- ଆତ୍ମ ସନ୍ତୋଷ ଲାଭ କରିବେ ।

 ଚାଷୀ- ସରକାରଙ୍କ କୃପା ପ୍ରାପ୍ତ ହେବ ।

କର୍କଟ– ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନୀ ଯୋଗୁ ବିରସ ମନରେ ରହିବାକୁ ବାଧ୍ୟ ହେବେ । ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ବୃଦ୍ଧି ପାଇ ଦୁଶ୍ଚିନ୍ତା ବଢାଇ ଦେବ । ଆପଣଙ୍କ କଥା ଓ କାମରେ ତାଳମେଳ ଅଭାବରୁ ସମାଲୋଚିତ ହେବେ । କୌନସି କାମ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ ବରଂ କ୍ଷତିରେ ପଡିବାର ଆଶଙ୍କା ରହିଛି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

 ଚାଷୀ- ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।

 ରୋଗୀ- ସୁସ୍ଥ ହେବେ ।

 ଛାତ୍ରଛାତ୍ରୀ- ଥଣ୍ଡା କାଷ ହୋଇପାରେ ।

 କର୍ମଜୀବି- ପ୍ରମୋସନ୍ ମିଳିବ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ସୁବିମଳ କୀର୍ତ୍ତିର ଅଧିକାରୀ ହେବେ ।

ସିଂହ – ଭାବପ୍ରବଣତା ବଶତଃ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସଗ ଶତ୍ରୁତା କଲେ କ୍ଷତିରେ ପଡିବେ।  ଅବଶ୍ୟ ହିତୈଷୀ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ । କର୍ମକ୍ଷେତ୍ର, ପରିବାର, ପ୍ରଶାସନ ଓ ଅର୍ଥ ସମ୍ପର୍କୀୟ ସମସ୍ୟାକୁ ପ୍ରତିହତ କରିବେ । ଆନୁଷ୍ଠାନିକ କ୍ଷେତ୍ର, ଶିଳ୍ପ, ବାଣିଜ୍ୟ, ବ୍ୟବସାୟିକ ସ୍ତରରେ ରହିଥିବା ଟେନସନ୍ କମିଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

 ଗୃହିଣୀ- ପରିବାରର ନାମ ଅର୍ଜନ  କରିବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବ- ଟ୍ରାସ୍‌ଫର ହୋଇପାରେ ।

 ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ ।

 ରୋଗୀ- ଧନ ବ୍ୟୟ ହେବ ।

 ଚାଷୀ- କର୍ମ ଲାଭଜନକ ହେବ ।

କନ୍ୟା– ପାରିବାରିକ ଜୀବନ ସୁଖ ସନ୍ତୋଷ ରେ କଟିବ ମାତ୍ର ବ୍ୟବସାୟରେ ପ୍ରତିଦ୍ୱିନ୍ଦ୍ୱିତା ବଢିପାରେ । ନିର୍ମାଣ କାର୍ଯ୍ୟ ମନ୍ଥର ହେବ କିନ୍ତୁ ସମସ୍ୟାର ସମାଧାନ ହୋଇଯିବ । ପାରିବାରିକ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି । ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ଦିଗରେ ବନ୍ଧୁମାନେ ସାହାର୍ଯ୍ୟ କରିବେ । ଅଭାବ ନ ଥିଲେ ମଧ୍ୟ ଅତ୍ୟଧିକ ଖର୍ଚ୍ଚ ଯୋଗୁ ମନରେ ସରସତା ରହିବ ନାହିଁ । ଶୁଭ ରଙ୍ଗ ଲାଲ୍।  ଶୁଭ ଅଙ୍କ ୭ ।

 ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

 ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

 ଛାତ୍ରଛାତ୍ରୀ- ଚିଡଚିଡା ହୋଇପାରନ୍ତି ।

 କର୍ମଜୀବ- ସୁ ସମ୍ବାଦ ପାଇବେ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 ଗୃହିଣୀ- ନିସ୍ୱାର୍ଥ ପର ଭାବେ ସେବା କରିବେ ।

ତୁଳା– ମନରେ ଭୟ ଓ ଆଶଙ୍କା ଥିଲେ ଦୃଢତା ଓ ମୁହଁ ଜୋର ହେତୁ ବିପଦରୁ ରକ୍ଷା ପାଇବେ । କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ । କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍ ବୁଝାମଣା କାରଣରୁ ବନ୍ଧୁମାନେ ଭୁଲ୍ ବୁଝିବେ । ବ୍ୟବସାୟ ଓ ପରିବହନରେ ସଂକଟ ଦୂରେଇ ଯିବ କିନ୍ତୁ ଆଶାଜନକ ଲାଭ ନ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

 ଗୃହିଣୀ- ସଦିଚ୍ଛା ଭାବ ରହିବ ।

 ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ସଠିକ୍ ନିର୍ଣ୍ଣୟ ନେବେ ।

 ରୋଗୀ- ଅସାଧ୍ୟ  ରୋଗ ରୁ ମୁକ୍ତ ହେବେ ।

 ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ବିଛା– କଠୋର ବାକ୍ୟାଳାପରୁ ସମାଲୋଚିତ ହେବେ । ଋଣ ପରିଶୋଧ ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇପାରନ୍ତି । ଶତ୍ରୁତା ଓ ରୋଗପୀଡା କିମ୍ବା ଧାରକରଜଜନିତ ମାନସିକ ଅସ୍ଥିରତା ମନକୁ ବିଚଳିତ କରିବ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

 ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଛାତ୍ରଛାତ୍ରୀ- ଠିକ୍ କଥା ବି ଭୁଲ୍ ଲାଗିବ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।

 ଗୃହିଣୀ- ସୁସମ୍ପନ୍ନ ହେବେ ।

ଧନୁ – ଔଦ୍ଧତ୍ୟ କାରଣରୁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍ ରହି ନ ପାରେ । କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀ ଙ୍କ ପରାମର୍ଶକୁ ଗ୍ରହଣ କଲେ ମନ୍ଦ ହେବନି। ଆପଣଙ୍କ କଥା ଓ କାମ ବହୁଜନ ପ୍ରଶଂସିତ ହୋଇପାରେ । ପୂର୍ବରୁ ସମସୟା ରହିଥିଲେ ମଧ୍ୟ ପରିବାରର ସହମତିରେ କାମ କଲେ ଉପକୃତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

 ଗୃହିଣୀ- ସୁବିମଳ କୀର୍ତ୍ତିର ଅଧିକାରୀ ହେବେ ।

 ବ୍ୟବସାୟୀ- ବିଜୟୀ ହେବେ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ଅମାନିଆ ହୋଇପାରନ୍ତି ।

 ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।

 ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ମକର– ସ୍ୱାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ପାରିବାରିକ ବ୍ୟତିକ୍ରମ ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ସୂଚନା ରହିଛି । ବନ୍ଧୁଙ୍କ ସହାନୁଭୁତିଭରା କତା ଏବଂ ପାରିବାରିକ ଆଶ୍ୱାସନା ହେତୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

 ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

 ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ପରକୁ ଆପଣାର କରିବେ ।

କୁମ୍ଭ  – ହଜି ଯାଇଥିବା ଜିନିଷ, ଧାତୁ ଅଳଙ୍କାର, ଟଙ୍କା ପଇସା କିମ୍ବା ପଶୁଜନ୍ତୁର ସନ୍ଧାନ ପାଇପାରନ୍ତି । କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି କଳହ ଘଟିପାରେ । ବିଚାରଧାରା ଅନୁଯାୟୀ ଦିନଟି ବିଶେହ ସଫଳତା ପ୍ରଦାନ କରିବ । ପାରିବାରିକ ସଦ୍ ଭାବରେ, ବୁଝାମଣା ମାଧ୍ୟମରେ ସୁଖ,ଶାନ୍ତି ଫେରି ଆସିବ । ସାହିତ୍ୟରେ ସମସ୍ୟା ସମାଧାନ ପୂର୍ବକ ଆଶା ପୁରଣ ହୋଇଯିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

 ଗୃହିଣୀ- ପ୍ରତିଭାବାନ ହେବେ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 କର୍ମଜୀବ- ସୁଯୋଗ ପ୍ରାପ୍ତ କରିବେ ।

 ଛାତ୍ରଛାତ୍ରୀ- ଅନ୍ୟ ଉପରେ ରାଗ ରଖିବେ ।

 ରୋଗୀ- ଧନ ବ୍ୟୟ ହେବ ।

 ଚାଷୀ- କର୍ମ ଲାଭଜନକ ହେବ ।

ମୀନ – ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି । ଅଫିସ୍ କାମରେ ସହକର୍ମୀଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ । ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ କାମକୁ ପାସୋରି ଦେବେ । ଉଚ୍ଚଶିକ୍ଷା, ଗବେଷଣା, ରଚନାତ୍ମକ କାର୍ଯ୍ୟ, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ସଫଳତା ପ୍ରଦାନ କରିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

 ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

 ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

 ଛାତ୍ରଛାତ୍ରୀ- ବାପା ମା ଙ୍କ କଥା ମାନିବେ ।

 କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 ଗୃହିଣୀ- ପରିବାରର ନାମ ଅର୍ଜନ  କରିବେ ।

   Related Posts