ଭୋଳାନାଥଙ୍କ କୃପାରୁ ଏହି ୪ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ, ଆରମ୍ଭ ହେବ ଭଲ ଦିନ

Published By : Prameya-News7 Bureau | July 21, 2022 IST

ନୂଆଦିଲ୍ଲୀ ୨୧।୦୭: ହିନ୍ଦୁ ଧର୍ମରେ ଏବେ ଶ୍ରାବଣ ମାସ ଆରମ୍ଭ ହୋଇଛି । ପ୍ରାୟ ସମସ୍ତେ କହନ୍ତି ଏହି ମାସର ବହୁତ ଗୁରୁତ୍ୱ ରହିଛି। ଶ୍ରାବଣ ମାସ ଭଗବାନ ଶଙ୍କରଙ୍କ ପାଇଁ ଉତ୍ସର୍ଗୀକୃତ ହୁଏ । ଏହି ବର୍ଷ ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହୋଇଛି । ଯାହା ୧୨ ଅଗଷ୍ଟ ପର୍ଯ୍ୟନ୍ତ ରହିବ। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅଗଷ୍ଟ ୧୨ପର୍ଯ୍ୟନ୍ତ କେତେକ ରାଶିର ଚିହ୍ନ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଚାଲନ୍ତୁ ଜାଣିବା ଏହି ରାଶି ଗୁଡିକ ବିଷୟରେ । ଯାହା ଉପରେ ଭଗବାନ ଶଙ୍କରଙ୍କର ବିଶେଷ ଅନୁଗ୍ରହ ରହିବ ।

ମେଷ ରାଶି-ବୌଦ୍ଧିକ କାର୍ଯ୍ୟରେ ସଫଳତା ଆଣିବ । କାମ କରୁଥିବା ଲୋକଙ୍କୁ ସଫଳତାର ଏକ ନୂତନ ସ୍ତରକୁ ଯିବ । ପ୍ରେମ ସମ୍ବନ୍ଧୀୟ ବିଷୟଗୁଡ଼ିକରେ ସଫଳତା ପାଇବେ । ଯେଉଁ ଛାତ୍ରମାନେ ସୃଜନଶୀଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ସଫଳତା ପାଇବେ। ମାଆର ସ୍ୱାସ୍ଥ୍ୟରେ ଉନ୍ନତି ହେବ।

ମିଥୁନ ରାଶି-ପଦ-ପଦବି ପ୍ରତିଷ୍ଠା, ଧନ ଏବଂ ଆରାମରେ ବୃଦ୍ଧି ହେବ । ପ୍ରେମ ସମ୍ପର୍କ କିମ୍ବା ଦାମ୍ପତ୍ୟ ଜୀବନରେ ଚାଲିଥିବା ଝଗଡା ବା କଳହ ଶେଷ ହେବ। ସରକାର ଏବଂ ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ଏହି ବର୍ଷ ସହ ମାସ ଶୁଭ ଅଟେ। ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ପାଇପାରନ୍ତି। ସମାଜରେ ସମ୍ମାନ ବୃଦ୍ଧି ପାଇବ ଏବଂ ଲୋକମାନେ ତୁମର ନିଷ୍ପତ୍ତିକୁ ପ୍ରଶଂସା କରିବେ । କ୍ୟାରିଅରରେ ଭଲ ପରିବର୍ତ୍ତନ ହେବାର ଖବର ଆସିବ । ପରିବାରରେ ଏକ ନୂତନ ସଦସ୍ୟ ଆସିବେ ।

ବିଛା ରାଶି-ଏହି ବର୍ଷ ସୁଖ-ସମୃଦ୍ଧି ବଢିବ। କର୍ମକ୍ଷେତ୍ରରେ ପରିସ୍ଥିତି ଦୃଢ ହେବ ଏବଂ ପଦୋନ୍ନତି ହେବାର ସମ୍ଭାବନା ରହିବ। ପ୍ରେମ ସଂପର୍କରେ ସଫଳ ହେବ । ବିବାହିତ ଜୀବନ ସୁଃଖମୟ ହେବ। ପରିବାରରେ ଏକ ନୂତନ ସଦସ୍ୟ ଆସିବେ । ଘରେ କିଛି ଶୁଭ କାର୍ଯ୍ୟକ୍ରମ ହେବ। କ୍ୟାରିୟରରେ ସଫଳତା ମିଳିବ ।

ମୀନ ରାଶି - ଏହି ବର୍ଷ ଅନେକ ଆଶ୍ଚର୍ଯ୍ୟଜନକ ଫଳାଫଳ ଆଣିବ, ଯେଉଁଥିରେ ହଠାତ୍ ପରିବର୍ତ୍ତନ, ପ୍ରେମ ସଂପର୍କରେ ସଫଳତା, ରିଅଲ୍ ଇଷ୍ଟେଟ୍ ରେ ସଫଳତା ଇତ୍ୟାଦି ହେବ ।କାର୍ଯ୍ୟ ଏବଂ ବ୍ୟକ୍ତିଗତ ଜୀବନରେ ମଧ୍ୟ କିଛି ଦ୍ୱନ୍ଦ୍ୱ ରହିପାରେ । ଏକ ନୂତନ ସମ୍ପର୍କ ଆରମ୍ଭ ହେବ ।ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବୃଦ୍ଧି ପାଇବ । ନୂଆ ଗାଡି କିଣିବେ ।ଅନେକ ଲାଭ ହେବା ସହ ହଠାତ୍‌ ଆର୍ଥିକ ସ୍ଥିତି ଦୃଢ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.