ରସିଦ ଲତିଫ ଜଣେ ଲବିଷ୍ଟ, ଅମିର ସୋହେଲ ଜୋମ୍ବି, ଓ୍ଵାକର କେବଳ ଏଥିପାଇଁ ଅଧିନାୟକ ଥିଲେ...: ଓ୍ଵାସିମ ଆକ୍ରମ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ମହାନ ବୋଲର ଓ୍ଵାସିମ ଆକ୍ରମଙ୍କ ଆତ୍ମଜୀବନି ‘ସୁଲତାନ: ଏ ମେମୋରି’ ପ୍ରକାଶ ପାଇବା ପରଠୁ ପାକିସ୍ତାନ କ୍ରିକେଟ୍‌ରେ ନୂତନ ଝଡ ସୃଷ୍ଟି ହୋଇଛି। ଆକ୍ରମ ନିଜର ଏହି ପୁସ୍ତକ ଜରିଆରେ ପ୍ରତିଦିନ ଚାଞ୍ଚଲ୍ୟକର ଖୁଲାସା କରି ଚାଲିଛନ୍ତି। ପୁସ୍ତକଟି ପ୍ରଥମେ ଅଷ୍ଟ୍ରେଲିଆ ସହିତ କିଛି ଦେଶରେ ଜାରି କରାଯାଇଛି। ଆକ୍ରମଙ୍କ ଜୀବନରେ ସବୁଠୁ କଳା ଅଧ୍ୟାୟ ୧୯୯୦ ଦଶନ୍ଧି ଥିଲା। ସେହି ସମୟରେ ପୂର୍ବତନ ଦ୍ରୁତ ବୋଲର ଅତା ଉର ରେହମାନ ଅଭିଯୋଗ କରିଥିଲେ ଯେ, ଆକ୍ରମ ତାଙ୍କୁ ମ୍ୟାଚ୍ ଫିକ୍ସିଂ ପାଇଁ ୩-୪ ଲକ୍ଷ ଟଙ୍କା ଯାଚୁଥିଲେ। ତେବେ ୧୯୯୯ରେ ଆକ୍ରମ ସମସ୍ତ ଅଭିଯୋଗରୁ ମୁକ୍ତ ହୋଇଥିଲେ। ମାତ୍ର ଫିକ୍ସିଂ ଘଟଣା ପାକିସ୍ତାନର ଏହି ମହାନ ବୋଲରଙ୍କ ଜୀବନ  ସହିତ ଏକ କଳା ଅଧ୍ୟାୟ ଯୋଡି ହୋଇ ରହିଛି।

ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫଙ୍କ ବିରୋଧରେ ଏବେ ସେ ବଡ ଖୁଲାସା କରିଛନ୍ତି। ଆକ୍ରାମ ନିଜ ବହିରେ ପୂର୍ବତନ ଓ୍ଵିକେଟ୍ କିପର ରସିଦ ଲତିଫଙ୍କୁ ଲବିଷ୍ଟ  ଦର୍ଶାଇ ଖୋଲାଖୋଲି ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଆକ୍ରମ କହିଛନ୍ତି, ଲତିଫ କେବଳ ଧ୍ୟାନ ଆକର୍ଷଣ ପାଇଁ ତାଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ। ଯଦି ଫିକ୍ସିଂ ଦାବିରେ କିଛି ସତ୍ୟତା ଥିଲା, ତେବେ ସେ କୌଣସି ଅଧିକାରୀଙ୍କୁ ଏହାର ସୂଚନା ଦେଇଥାନ୍ତେ। ଏହାକୁ ଲୁଚେଇ ରଖିନଥାନ୍ତେ।

୨୦୦୦ ଜୁଲାଇରେ ରଶିଦ ଲତିଫ ଦ ସଣ୍ଡେ ଟେଲିଗ୍ରାଫକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ୧୯୯୬ର ଲର୍ଡ୍ସ ଟେଷ୍ଟରେ ପାକିସ୍ତାନକୁ ୩୦୦ରୁ କମ ରନରେ ଆଉଟ୍ କରିବା ପାଇଁ ୧୫୦୦୦ ପାଉଣ୍ଡ ପ୍ରସ୍ତାବ ଦିଆଯାଇଥିଲା। ବୋଧହୁଏ ଅଧିନାୟକ ହିଁ ଏହି କଥା ଜାଣିଥିଲେ। କଣ ସେ ନିଜର କୋଚ୍ ଏବଂ ମ୍ୟାନେଜରଙ୍କୁ ଏହାର ସୂଚନା ଦେଇଥିଲେ ?  କଣ ସେ ଦଳକୁ ଏହାର ସୂଚନା ଦେଇଥିଲେ ?  ଲତିଫ ତାଙ୍କ ବିରୋଧରେ ଏମିତି କହିଥିବା ଆକ୍ରମ ପୁସ୍ତକରେ ଲେଖିଛନ୍ତି।

ଏହା ପରେ ଆକ୍ରମ ନିଜର ସାଥୀ ଖେଳାଳି ଅମିର ସୋହେଲଙ୍କୁ ଜୋମ୍ବି ଫିଗର ରୂପେ ସମ୍ବୋଧିତ କରିଛନ୍ତି। ସୋହେଲ କିଛି ବର୍ଷ ପୂ୍ର୍ବେ ଏକ ଚାଞ୍ଚଲ୍ୟକର ଦାବି କରିଥିଲେ ଯେ, ଆକ୍ରମ ଏହା ସୁନିଶ୍ଚିତ କରିବାକୁ ଚେଷ୍ଟା କରିଥିଲେ ଯେ, ପାକିସ୍ତାନ ଯେମିତି ୧୯୯୨ ବିଶ୍ଵ କପ୍ ଜିତି ପାରିବ ନାହିଁ। ଆକ୍ରମଙ୍କୁ ୧୯୯୫ରେ ରମିଜ ରାଜାଙ୍କ ସ୍ଥାନରେ ଦଳର ଅଧିନାୟକ କରାଯାଇଥିଲା। ପରେ ସଲିମ ମଲିକ ଅଧିନାୟକ ହୋଇଥିଲେ। କିନ୍ତୁ ସୋହେଲ ମୋ ବିରୋଧରେ ଅଭିଯୋଗ କରିଥିଲେ ଯେ, ଆକ୍ରମ ସଚ୍ଚୋଟ ଥାଆନ୍ତେ ତେବେ ପାକିସ୍ତାନକୁ ସହଜରେ ୧୯୯୬ ଏବଂ ୧୯୯୯ରେ ବିଶ୍ଵ କପ୍ ଜିତାଇ ପାରିଥାନ୍ତେ। ଆକ୍ରମ କଡା ଟିପ୍ପଣୀ କରି ନିଜ ପୁସ୍ତକରେ ଏମିତି ଉଲ୍ଲେଖ  କରିଛନ୍ତି।

ଶେଷରେ ଆକ୍ରମ ନିଜର ପୂର୍ବତନ ସାଥୀ ଦ୍ରୁତ ବୋଲର ଓ୍ଵାକର ୟୁନିସଙ୍କୁ ୨୦୦୦ ଦଶନ୍ଧିରେ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ସେ ଲେଖିଛନ୍ତି ୨୦୦୩ ବିଶ୍ଵ କପ୍‌ରେ ଓ୍ଵାକର ୟୁନିସଙ୍କୁ ଅଧିନାୟକ କରାଯିବାର କୌଣସି ଅର୍ଥ ନଥିଲା। କାରଣ ସେହି ସମୟରେ ପୂର୍ବତନ ଦ୍ରୁତ ବୋଲର ଆକ୍ରମ ନିଜର ଭଲ କ୍ୟାରିୟର ଅତିକ୍ରମ କରି ସାରିଥିଲେ। କିନ୍ତୁ ବାହ୍ୟ ପକ୍ଷ କାରଣରୁ ଏମିତି ନିର୍ଣ୍ଣୟ ଜାରି ରଖାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.