Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହାରି ବି ହୃଦୟ ଜିତିଗଲେ ‘ବାଜିଗର’ ରାଶିଦ ଖାନ୍, ବୋଲିଂ ଓ ବ୍ୟାଟିଂରେ କଲେ କମାଲ୍

13/05/2023 at 2:24 PM

ମୁମ୍ୱାଇ ୧୩/୦୫: ଓ୍ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଥିଲା ସୁପର ସୋ । ମୁହାଁମୁହିଁ ହୋଇଥିଲେ ରୋହିତ ଶର୍ମା ମୁମ୍ୱାଇ ଇଣ୍ଡିଆନ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ । ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଅଜବ ଗଜବ କାରନାମା । ଆଇପିଏଲର୍‌ ୫୭ ନମ୍ୱର ମ୍ୟାଚ୍‌ରେ ବାଜି ମାରିଛି ମୁମ୍ୱାଇ ଇଣ୍ଡିଆନ୍ସ । ମୁମ୍ୱାଇ ଏହି ମ୍ୟାଚ୍‌କୁ ୨୭ ରନ୍‌ରେ ଜିତି ନିଜ ନାଁରେ କରିଛି ।

ଏହି ମ୍ୟାଚ୍‌ର ହିରୋ ଥିଲେ ମିଷ୍ଟର ୩୬୦ ଅର୍ଥାତ୍ ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟ ୪୯ ବଲ୍‌ରୁ ହାସଲ କରିଛନ୍ତି ୧୦୩ ରନ୍ । ଏମିତିକି ରହିଥିଲେ ଅପରାଜିତ । ସୁର୍ଯ୍ୟଙ୍କ ଦମଦାର୍ ଇଂନିସରେ ୧୧ ଚଉକା ଏବଂ ୬ ବିଶାଳ ନବୁଶ୍ଚମ୍ୱୀ ଛକ୍କା ସାମିଲି ଥିଲା । ତେବେ ଗୁଜୁରାଟ ପକ୍ଷରୁ ଦମ୍‌ଦାର ପ୍ରଦର୍ଶନ କରିଥିଲେ ରାଶିଦ ଖାନ୍ । ବୋଲିଂ କରି ହାସଲ କରିଥିଲେ ୪ ଓ୍ୱିକେଟ୍ । କେବଳ ବୋଲିଂ ନୁହେଁ ବ୍ୟାଟିଂରେ ବି କମାଲ କରିଥିଲେ କମାଲ୍ ।

ରାଶିଦ ୭୯ ରନ୍‌ ଇଂନିସ ଖେଳିଥିଲେ । ୩୨ ବଲ୍‌ ଖେଳି ୭୯ ରନ୍‌ ଖେଳିଥିଲେ । ତେବେ ଏତେ ଦମଦାର ପ୍ରଦର୍ଶନ ସତ୍ତ୍ୱେ ହାରିଥିଲା ଟିମ୍ ଗୁଜୁରାଟ୍ । ଏହି ଇଂନିସ୍‌ରେ ସେ ୩ ଚଉକା ଓ ୧୦ଟି ଛକ୍କା ମାରିଥିଲେ । ଏମିତି ଖେଳି ଅନେକ ରେକର୍ଡ ନିଜ ନାଁରେ କରିଥିଲେ । ମ୍ୟାଚ୍ ସିନା ହାରିଗଲା ଟିମ୍ କିନ୍ତୁ ସମସ୍ତଙ୍କ ହୃଦୟରେ ଛାପ ହୋଇ ରହିଥିଲା ତାଙ୍କ ଖେଳ ।

   Related Posts