ମାଆଙ୍କ ସମାଧୀ ସ୍ଥଳରେ ପହଞ୍ଚିଲେ ଷ୍ଟାର କ୍ରିକେଟର, ସେୟାର କଲେ ଇମୋସନାଲ ଫଟୋ

Published By : Prameya-News7 Bureau | May 21, 2024 IST

ନୂଆଦିଲ୍ଲୀ ୨୧/୦୫: ଆଇପିଏଲ୍ ୨୦୨୪ରେ ଗୁଜରାଟ ଟାଇଟନ୍ସର ସବୁଠୁ ଖରାପ୍ ପ୍ରଦର୍ଶନ ରହିଥିଲା । ଫଳରେ ସେ ଅଷ୍ଟମ ସ୍ଥାନରେ ରହିଛି । ଏହି ସିଜନ୍‌ରେ ଗୁଜରାଟର ଲେଗ୍ ସ୍ପିନର ରଶିଦ୍ ଖାନ୍ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । ୧୨ ମ୍ୟାଚ୍‌ ଖେଳି ୧୦ ଓ୍ୱିକେଟ୍ ନେଇଥିଲେ । 

ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ ଅଭିଯାନ ସରିଯାଇଛି । ଏହା ପରେ ରଶିଦ୍ ଖାନ୍ ତାଙ୍କ ଗରକୁ ପଳାଇଛନ୍ତି । ତେବେ ଘରକୁ ଫେରିବା ପରେ ସେ ତାଙ୍କ ମାଆଙ୍କ ସମାଧୀ ସ୍ଥଳକୁ ଯାଇଥିଲେ । ଏହାରି ଭିତରେ ସେ ଖୁବ ଦୁଃଖୀ ଥିବା ନଜର ଆସିଥିଲେ । ୨୫ ବର୍ଷୀୟ ରଶିଦ୍ ଖାନ୍ ଫଟୋ ସେୟାର କରି ଲେଖିଛନ୍ତି ମୁଁ ତୁମକୁ ବହୁତ ମିସ୍ କରୁଛି ମାଆ । 

କହିବାକୁ ଗଲେ ଜୁନ୍ ୨୦୨୦ରେ ରଶିଦ୍ ଖାନ୍‌ଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା । ଏହାର ଦୁଇ ବର୍ଷ ତାଙ୍କ ବାପା ଚାଲିଯାଇଥିଲେ । ରଶିଦ ଖାନ୍ ଆଫଗାନିସ୍ତାନ୍ ପାଇଁ ଏଯାଏଁ ୫ ଟେଷ୍ଟ, ୮୫ ଟି-୨୦, ୧୦୩ଟି ଦିନିକିଆ ଖେଳିଯାିଛନ୍ତି । ଏହାରି ଭିତରେ ୩୪, ୧୩୮ ଏବଂ ୧୮୩ଟି ଓ୍ୱିକେଟ ନେଇଛନ୍ତି । ରଶିଦ୍‌ ଆଫଗାନିସ୍ତାନ ପାଇଁ ୧୮୨୫ ରନ୍ ବନେଇଛନ୍ତି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.