ହଜ୍ ଯାତ୍ରାରେ ଯିବେ ଇଂଲଣ୍ଡ ସ୍ପିନର୍ ରଶିଦ ଖାନ୍ : ଭାରତ ବିପକ୍ଷରେ ଖେଳିବେନି ଦିନିକିଆ-ଟି୨୦ ସିରିଜ୍

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ ୨୪/୦୬: ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ଏଠାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଗୋଟିଏ ଟେଷ୍ଟ୍, ତିନୋଟି ଦିନିକିଆ ଓ ତିନୋଟି ଟି୨୦ ମ୍ୟାଚ୍ ଖେଳିବ । ତେବେ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଭଲ ଖବର ଆସିଛି । ଇଂଲଣ୍ଡ ସ୍ପିନର୍ ରଶିଦ ଖାନ୍ ଦିନିକିଆ ଓ ଟି୨୦ ସିରିଜରୁ ନାଁ ଫେରାଇ ନେଇଛନ୍ତି ।

ରିପୋର୍ଟ ଅନୁସାରେ, ରଶିଦ ଖାନ୍ ହଜ୍ ପାଇଁ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଧ୍ୟ ଏଥିପାଇଁ ଅନୁମତି ପ୍ରଦାନ କରିଛି । ରଶିଦ ଯେଉଁ କ୍ଲବ୍ ପାଇଁ ଖେଳନ୍ତି ସେହି କ୍ଲବ୍ ମଧ୍ୟ ରଶିଦଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦେଇଛି । ଶନିବାର ରଶିଦ ହଜ୍ ଯାତ୍ରାରେ ଯିବେ ।

ତେବେ ଆଗାମୀ ଜୁଲାଇରେ ରଶିଦ ଫେରି ଆସିବେ ବୋଲି କୁହାଯାଉଛି । ସେ ଦକ୍ଷିଣ ଆଫ୍ରିକା ବିରକ୍ଷ ଦିନିକିଆ ଓ ଟି୨୦ ସିରିଜ୍ ଖେଳିପାରନ୍ତି ବୋଲି କୁହାଯାଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ଜୁଲାଇ ୧୯ରୁ ଆରମ୍ଭ ହେବ ।

ମକ୍କାରେ କିଛି ସପ୍ତାହ ବିତାଇବେ ରଶିଦ

୩୪ ବର୍ଷିୟ ରଶିଦ କହିଛନ୍ତି ଯେ, ସେ ହଜ୍ ଯାତ୍ରା ପାଇଁ ସୁଯୋଗ ଖୋଜୁଥିଲେ । କିନ୍ତୁ ବ୍ୟସ୍ତତା ହେତୁ ଯାଇପାରୁନଥିଲେ । ସେ ହଜ୍ ଯାତ୍ରା ପାଇଁ ବୋର୍ଡକୁ କହିଥିଲେ । ବୋର୍ଡ ସଦସ୍ୟ ମଧ୍ୟ ଖୁସି ହୋଇଥିଲେ । ଏବେ ସେ ନିଜ ପତ୍ନୀଙ୍କ ସହ ହଜ୍ ଯିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.