oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଭାରତ ସପକ୍ଷରେ ବଡ ବୟାନ ଦେଲେ ରଶିଦ ଖାନ, କହିଲେ- ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଆମ ପାଇଁ କ୍ଵାର୍ଟର ଫାଇନାଲ

4/11/2021 at 6:57 PM

ଆବୁଧାବି ୦୪।୧୧: ଭାରତ ହାତରୁ ଶୋଚନୀୟ ପରାଜୟ ପରେ ଆଫଗାନିସ୍ତାନ ଲେଗ୍ ସ୍ପିନର ରଶିଦ ଖାନଙ୍କ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ମ୍ୟାଚ୍ ତାଙ୍କ ଦଳ ପାଇଁ କ୍ଵାର୍ଟର ଫାଇନାଲ ପରି। ଆଫଗାନିସ୍ତାନ ସୁପର-୧୨ ରାଉଣ୍ଡରେ ଚାରି ମ୍ୟାଚ୍ ଖେଳି ଦ୍ଵିତୀୟ ସ୍ଥାନରେ ରହିଛି। ଦଳର ନେଟ୍ ରନ ରେଟ୍ + ୧.୪୮୧ ରହିଛି। ପାକିସ୍ତାନ ଗ୍ରୁପ-୨ରୁ ପ୍ରଥମ ଥର ଦଳ  ଭାବେ ସେମି ଫାଇନାଲରେ ପହଞ୍ଚି ସାରିଛି। ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୭ରେ ଅତି ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ।

କଣ ଭାରତ ନିକଟରୁ ମିଳିଥିବା ପରାଜୟର ପ୍ରଭାବ ଦଳର ଲୟ ଉପରେ ପଡିବ। ଏହାର  ଜବାବରେ ରଶିଦ ଖାନ ନା ବୋଲି କହିଛନ୍ତି। ସେ କହିଛନ୍ତି, ମୋତେ ଲାଗୁନାହିଁ ଯେ, ଏଥିରେ ଅଧିକ ପ୍ରଭାବ ପଡିବ। ଆମକୁ ଜଣା ଯେ,  ଭାରତ ସର୍ବଶ୍ରେଷ୍ଠ ଦଳମଧ୍ୟରୁ ଏକ। ଆମେ ସେହି ପରି ପ୍ରସ୍ତୁତି କରିବୁ ଏବଂ ସେହି ମାସନିକତାର ସହ ମଇଦାନକୁ ଓହ୍ଲାଇବୁ। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ଆମ ପାଇଁ କ୍ଵାର୍ଟର ଫାଇନାଲ ପରି। ଆମେ ଜିତିଲେ ଭଲ ରନ ରେଟ୍ କାରଣରୁ ସେମି ଫାଇନାଲ୍‌ରେ ପହଞ୍ଚି ପାରିବୁ ବୋଲି ରଶିଦ ଖାନ କହିଛନ୍ତି।

ଦିଗ୍‌ଜ ଲେଗ୍ ସ୍ପିନର ରଶିଦ ଖାନ କହିଛନ୍ତି, ଖେଳର ଆନନ୍ଦ ଉଠାଇଲେ ହିଁ ଭଲ ପ୍ରଦର୍ଶନ କରି ପାରିବେ। ଆମେ ନିଜ ଖେଳର ପୂରା ମଜା ଉଠାଇବୁ। ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍ ଭାରତୀୟ ଦଳ ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ। ଆଫଗାନିସ୍ତାନ ଜିତିଲେ ଭାରତର ସେମି ଫାଇନାଲ ପହଞ୍ଚିବାର ସମ୍ଭାବନା ବଢିଯିବ। ଏହା ପୂର୍ବରୁ ଭାରତକୁ ନିଜର ବାକି ଦୁଇଟି ମ୍ୟାଚ୍ ବଡ ବ୍ୟବଧାନରେ ଜିତିବାକୁ ପଡିବ।

   Related Posts