ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ସୁନ୍ଦର ଘରକରଣା ତିଆରି କରି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ରସାନନ୍ଦ।

Published By : Prameya-News7 Bureau | September 03, 2019 IST

ଅନୁଗୁଳ ୩।୯- ଆପଣ ଆପଣଙ୍କ ଘରେ ଥିବା ବର୍ଜ୍ୟବସ୍ତୁ ଯଥା ପ୍ଲାଷ୍ଟିକ ବୋତଲ, ତେଲ ଜାର୍କୀନ, ପ୍ଲାଷ୍ଟିକ ଡବା ଆଦି ଫିଙ୍ଗି ଦେଉଛନ୍ତି କି ? ଆଉ ଏହି ପ୍ଲାଷ୍ଟିକ, ପରିବେଶ କୁ ନିଶ୍ଚିତ ପ୍ରଦୂଷଣ କରୁଛି ? ଏହାକୁ ନେଇ ଯେତେବେଳେ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଙ୍କ ଚିନ୍ତା ବଢିଯାଇଥାଏ ସେତେବେଳେ ଆଗକୁ ଆସିଥାନ୍ତି ରସାନନ୍ଦ ସାହୁ।

{"id":152737}

ଅନଗୁଳ ଜିଲ୍ଲା ବାରଗୌଣିଆ ପଞ୍ଚାୟତର କଲେଇପଦା ଗାଁର ରସାନନ୍ଦ ସାହୁ। ରେଳଷ୍ଟେସନ, ବସଷ୍ଟାଣ୍ଡ,ରାସ୍ତାକଡ଼ରେ ପଡିଥିବା ପ୍ଲାଷ୍ଟିକ ଥଣ୍ଡା ବୋତଲ, ତେଲ ଜାର୍କୀନ, ପ୍ଲାଷ୍ଟିକ ଡବା ଆଦି ଉଠାଇ ଆଣି ସୁନ୍ଦର ସୁନ୍ଦର ଘର ଉପକରଣ ତିଆରି କରି ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇଛନ୍ତି ରସାନନ୍ଦ। ପ୍ଲାଷ୍ଟିକ ବୋତଲରେ ତିଆରି କରିଛନ୍ତି ଫୁଲଦାନୀ, ପେନଷ୍ଟାଣ୍ଡ,ବେଡ଼ଲାଇଟ, ବ୍ରସ ଷ୍ଟାଣ୍ଡ, ଫୁଲ ଚାଙ୍ଗୁଡ଼ି ଇତ୍ୟାଦି , କିନ୍ତୁ ଏ ସବୁକୁ ପ୍ରଥମେ ପ୍ରଥମେ ଘର ପରିବାର ଏବଂ ସାହି ପଡିଶା  ନାପସନ୍ଦ କରୁଥିଲେ। ଅନେକ ଥଟା ପରିହାସ ପରେ ମଧ୍ୟ ସେ ନିଜର ଦୃଢ଼ ଇଛାଶକ୍ତି ଯୋଗୁଁ ଏହି ସବୁ କରି ଦେଖାଇଛନ୍ତି।

{"id":152738}

ସେ ସମସ୍ତଙ୍କର ପ୍ରଶଂସା ର ପାତ୍ର ସାଜିଛନ୍ତି । ଆଉ ସାହି ପଡିଶା ସମସ୍ତେ ଏହି ସବୁ ଜିନିଷ କିଣିବା ଆରମ୍ଭ କରିଛନ୍ତି। ବେଳେ ବେଳେ ବିଭିନ୍ନ ମେଳାରେ ତାଙ୍କର ଏହି ଜିନିଷ ସବୁ ପ୍ରଦର୍ଶୀତ କରି ବେଶ ପ୍ରଶଂସା ସହ ସଚେତନତା ର ବାର୍ତ୍ତା ମଧ୍ୟ ବାଣ୍ଟୁଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ସେମିତି କିଛି ପ୍ରୋତ୍ସାହନ ପାଇଁ ନାହାନ୍ତି। ସେଥିପାଇଁ ରାସାନନ୍ଦ ଙ୍କ ରହିଛି ଅବଶୋଷ।

{"id":152739}

ରସାନନ୍ଦ ଏଭଳି ବର୍ଜ୍ୟବସ୍ତୁ କୁ ନେଇ ସୁନ୍ଦର ସୁନ୍ଦର ଘରକରଣା ଜିନିଷ ତିଆରି କରି ସବୁ ମହଲରୁ ପ୍ରଶଂସା ପାଆନ୍ତୁ, ପାରିବେଶ ପ୍ରଦୂଷଣ ମୁକ୍ତ ବାର୍ତ୍ତା ବାଣ୍ଟୁ ଥାଆନ୍ତୁ ଏହାହିଁ କାମନା।

{"id":152740}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.