କୋରାପୁଟର ବିରଳ କିସମର କଳାବତୀ ଧାନ, ରିସର୍ଚ୍ଚ ପାଇଁ ପଠାଗଲା ଆସାମ

Published By : Prameya-News7 Bureau | May 30, 2023 IST

କୋରାପୁଟ ୩୦।୫: କୋରାପୁଟର ବିରଳ କିସମର କଳାବତୀ ଧାନ ରିସର୍ଚ୍ଚ ପାଇଁ ଆସାମକୁ ପଠାଯାଇଛି । ଜୈବିକ ପଦ୍ଧତିର ଅମଳ କରାଯାଇଥିବା ୫୨ କ୍ବିଣ୍ଟାଲ ଧାନକୁ ରିସର୍ଚ୍ଚ କରିବା ଉଦ୍ଦେଶ୍ୟରେ ଆସାମ ନିଆଯାଇଛି । କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ । କଳାବତୀ ଚାଉଳରେ ଔଷଧୀୟ ଗୁଣ ରହିଥିବାରୁ ଆସାମର ୧୦ଟି ଭିନ୍ନ ଭିନ୍ନ ଲ୍ୟାବରେ ଏହାକୁ ପରୀକ୍ଷଣ କରାଯିବ । ବିଭିନ୍ନ କିସମର ଧାନ ଉତ୍ପାଦନରେ କୋରାପୁଟ ଜିଲ୍ଲାର ସ୍ଵତନ୍ତ୍ର ପରିଚୟ ରହି ଆସିଛି ।

{"id":795179,"sizeSlug":"full","linkDestination":"none"}

କଳାବତୀ ଧାନ ଦେଖିବାକୁ ଧଳା କିନ୍ତୁ ଚାଉଳ କଳା ରଙ୍ଗର । ଯାହାକି ଅତ୍ୟନ୍ତ ବିରଳ କିସମର ଚାଉଳ । ଆସାମର କୃଷି ବିଶ୍ଵବିଦ୍ୟାଳୟ ଗବେଷଣା କେନ୍ଦ୍ରରୁ ୧୭୩ଟି ୩୦ କିଲୋ ପ୍ୟାକେଟରେ କଳାବତୀ ଧାନ ଦେବାକୁ କୋରାପୁଟ ଜୈବିକ ଶ୍ରୀ ଫାର୍ମସ୍ ପ୍ରଡ୍ୟୁସର୍ସ କମ୍ପାନୀକୁ ନିବେଦନ କରାଯାଇଥିଲା । ଧାନ ବୋଝେଇ ସ୍ଵତନ୍ତ୍ର ମିନି ଟ୍ରକକୁ ମଙ୍ଗଳବାର କୋରାପୁଟ ଜିଲ୍ଲାପାଳ ଶୁଭାରମ୍ଭ କରିଥିବା ବେଳେ ସମସ୍ତ ଧାନ ଆସାମ କୃଷି ବିଦ୍ୟାଳୟ ଅଧିନରେ ଥିବା ୧୦ଟି କୃଷି ବିଜ୍ଞାନ କେନ୍ଦ୍ରକୁ ବିତରଣ କରାଯିବା ନେଇ ସୂଚନା । ଜୈବିକ ପଦ୍ଧତିର କଳାବତୀ ଧାନ ଚାଷ କରି ଆଗାମୀ ଦିନରେ କୋରାପୁଟ ଚାଷୀ ଉପକୃତ ହେବା ନେଇ ଆଶା ବାନ୍ଧିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.