ଯୁବକଙ୍କ ପେଟରୁ ବାହାରିଲା ୬୨ ଚାମଚ୍‌; ଜାଣନ୍ତୁ ଅଦ୍ଭୁତ ଘଟଣା କଣ...

Published By : Prameya-News7 Bureau | September 29, 2022 IST

ନୂଆଦିଲ୍ଲୀ ୨୯/୦୯: ଉତ୍ତରପ୍ରଦେଶର ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ଟି ଷ୍ଟିଲ୍‌ ଚାମଚ କଢ଼ା ଯାଇଛି । ଦୀର୍ଘ ୨ ଘଣ୍ଟାର ଅସ୍ତ୍ରୋପଚାର ପରେ ସେହି ବ୍ୟକ୍ତିଙ୍କ ପାକସ୍ଥଳୀରୁ ଚାମଚଗୁଡ଼ିକୁ ଡାକ୍ତର ବାହାର କରିଛନ୍ତି। ଉତ୍ତରପ୍ରଦେଶର ମୁଜାପ୍ଫର ନଗର ବାସିନ୍ଦା ବିଜୟ (୩୨) ନାମକ ବ୍ୟକ୍ତିଙ୍କର ଏପରି ଅସ୍ତ୍ରୋଚାର କରାଯାଇଛି। ଅସ୍ତ୍ରୋପଚାର ପରେ ତାଙ୍କୁ ଏବେ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି ବୋଲି ଖବର ସରବରାହସଂସ୍ଥା ଏଏନଆଇ କହିଛି। ସେ ଚାମଚ ଖାଉଥିଲେକି ପଚାରିବାରୁ, ବର୍ଷେ ହେଲା ସେ ଚାମଚ ଖାଉଛନ୍ତି ବୋଲି ଡାକ୍ତର ରାକେଶ ଖୁରାନା ଏଏନଆଇକୁ ପ୍ରତିକ୍ରିୟା ଦେଇଛନ୍ତି।   

‘’ଆମେ ତାଙ୍କୁ ଚାମଚ ଖାଅକି ପଚାରିବାରୁ ସେ ହଁ କହିଥିଲେ। ଆମକୁ  ଅସ୍ତ୍ରୋପଚାର କରିବା ପାଇଁ ୨ ଘଣ୍ଟା ସମୟ ଲାଗିଥିଲା। ସେ ଏବେ ଆଇସିୟୁରେ ଅଛନ୍ତି। ସମ୍ପୃକ୍ତ ରୋଗୀ ଜଣଙ୍କ ଗୋଟିଏ ବର୍ଷ ହେଲା ଚାମଚ ଖାଉଥିଲେ’’ ବୋଲି ଡାକ୍ତର ଖୁରାନା ଏଏନଆଇକୁ ପ୍ରତିକ୍ରିୟା  ଦେଇ କହିଛନ୍ତି।

ଏପରି ଏକ ସମାନ ଘଟଣା ୨୦୧୯ରେ ସାମ୍ନାକୁ ଆସିଥିଲା। ଜଣେ ବ୍ୟକ୍ତିଙ୍କ ପାକସ୍ଥଳୀରୁ ୮ଟି ଚାମଚ, ୨ଟି ଦାନ୍ତ ଘସା ବ୍ରସ୍‌, ଗୋଟିଏ ପରିବାକଟା ଛୁରି, ଗୋଟିଏ କବାଟ ହୁକ୍‌, ଡାକ୍ତରମାନେ ବାହାର କରିଥିଲେ। ହିମାଚଲପ୍ରଦେଶର ମଣ୍ତି ଜିଲ୍ଲାର ବ୍ୟକ୍ତିଙ୍କ ପେଟରୁ ଡାକ୍ତରମାନେ ଉପରୋକ୍ତ ସାମଗ୍ରୀ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିଥିଲେ।

wp:html /wp:html

ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଶ୍ରୀ ଲାଲବାହାଦୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ପାକସ୍ଥଳୀରେ ଅଧିକ କଷ୍ଟ ହେଉଛି ବୋଲି ସେ ଡାକ୍ତରଙ୍କୁ ଜଣାଇଥିଲେ। ସେଠାରେ ସୁନ୍ଦରନଗରରେ ଥିବା ଏକ କ୍ଲିନିକ୍‌ର ଜଣେ ଡାକ୍ତର ସେହି ବ୍ୟକ୍ତିଙ୍କ ପାକସ୍ଥଳୀରେ ଏକ ଛୁରି ରହିଛି ବୋଲି ଏକ୍ସରେ ମାଧ୍ୟମରେ ଜାଣିପାରିଥିଲେ। କେବଳ ସେତିକି ନୁହେଁ  ଆହୁରି କିଛି ଜିନିଷ ତାଙ୍କ ପାକସ୍ଥଳୀରେ ଥିବା ଏକ୍ସରେ ମାଧ୍ୟମରେ ଜଣାପଡ଼ିଥିଲା। ଏହାପରେ ଏକ ୩ ଜଣିଆ ଡାକ୍ତରି (ଶଲ୍ୟ ଚିକିତ୍ସକ) ଦଳ ଦୀର୍ଘ ୪ ଘଣ୍ଟା ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ସେସବୁ ଜିନିଷ ବାହାର କରିବାବେ ସକ୍ଷମ ହୋଇଥିଲେ। ଏହି ବିରଳ ଅସ୍ତ୍ରୋପଚାର ସଫଳ ହୋଇଥିଲା ବୋଲି ଡାକ୍ତରମାନେ କହିଥିଲେ।  

ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ମାନସିକ ରୋଗରେ ପୀଡ଼ିତ ଥିଲେ। ସାଧାରଣ ବ୍ୟକ୍ତି ଏପରି ଛୁରି କିମ୍ୱା ଚାମଚ ଖାଇବ ନାହିଁ, ଏହା ଏକ ବିରଳ ଘଟଣା ବୋଲି ଡାକ୍ତରମାନେ ଏଏନଆଇକୁ ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.